ଅନୁଗୁଳ: ଆଜି କନ୍ଯା ସଂକ୍ରାନ୍ତି ଅବସରରେ ଅମଲାପଡା ମା’ ବାସନ୍ତୀ ଦୂର୍ଗା ପୂଜା ପଡିଆରେ ବିଶ୍ଵକର୍ମାପୂଜା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ବହୁ ଠିକାଦାର, ଶ୍ରମଜିବୀ ଏବଂ ଅନ୍ଯାନ୍ଯ ଶ୍ରଦ୍ଧାଳୁ ମାନେ ଦିନ ଦଶଟା ସମୟରେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ। ଦିନ ଏଗାରଟା ସମୟରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଅପରାହ୍ନ ଗୋଟାଏ ସମୟରେ ଅନ୍ନପ୍ରସାଦ ବିତରଣ କରାଯାଇଥିଲା।
ବାସନ୍ତୀ ଦୂର୍ଗା ପୂଜା କମିଟି ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଅନୁପ କୁମାର ମହାନ୍ତି, ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ପ୍ରଦିପ ଦେବତା ଙ୍କ ସମେତ ଶୁଭେନ୍ଦୁ ପ୍ରଧାନ, ଟୁଟୁ ପ୍ରଧାନ, ତାପସ ରାଏ , ସୌମ୍ୟରଂଜନ ଦାଶ, ପ୍ରତାପ ମାଝୀ, ମନୁ ପ୍ରଧାନ, ଯତିନ ସେଠୀ , ଗୁରୁଦେବ ସାହୁ, ଦିପକ ଟିବ୍ରୁୱାଲା, ସାହି ବାସିନ୍ଦା ,ବୁଦ୍ଧିଜୀବୀ ଓ ଅନ୍ୟ ସଦସ୍ଯ ମାନେ ପୂଜା ରେ ଯୋଗ ଦେଇଥିଲେ।












