CADLAB

ସମଲରେ ବିଜେଡିର ସାଙ୍ଗଠନିକ ବୈଠକ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ବ୍ୟାରେଜ ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ବିଜେଡି ପକ୍ଷରୁ କାର୍ଯ୍ୟକାରୀଣି ସାଙ୍ଗଠନିକ ବୈଠକ ରବିବାର ଅନୁଷ୍ଠୀତ ହୋଇଯାଇଛି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ବ୍ଲକ୍ ବିଜେଡି ସଭାପତି କୈଳାଶ ଚନ୍ଦ୍ର ସାହୁ ଏହି ବୈଠକରେ ସଭାପତିତ୍ୱ କରିଥିଲେ । ଆଗାମୀ ତ୍ରିସ୍ତରୀୟ ପଂଚାୟ ନିର୍ବାଚନରେ ଦଳ ସମର୍ଥିତ ୱାର୍ଡ ସଭ୍ୟ/ସଭ୍ୟା, ସମିତି ମେମ୍ବର, ସରପଞ୍ଚ, ଜିଲ୍ଲା ପରିଷଦରେ ଦଳୀୟ ପ୍ରାର୍ଥୀ କିପରି କ୍ଲିନ୍ ସ୍ୱିପ କରିବେ ସେଥିପାଇଁ ବ୍ଲକ୍ ସଭାପତି ଶ୍ରୀ ସାହୁ କର୍ମୀ ମାନଙ୍କୁ ବୈଠକରେ ଗୁରୁମନ୍ତ୍ର ଦେଇଥିଲେ । ନଵୀନ ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଜନହିତକର ଯୋଜନାକୁ ଗାଁ ଗଣ୍ଡାରେ ପହଁଚାଇବା ପାଇଁ ବ୍ଲକ୍ ଦଳୀୟ ସାଧାରଣ ସମ୍ପାଦକ ହିମାଚଳ ପଣ୍ଡା କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସାମ୍ବାଦିକ ଯୁଗଳ କିଶୋର ସାହୁ, ଯୁବ ବିଜେଡି ସଭାପତି ବାବୁ ପ୍ରଧାନ, ସମିତିସଭ୍ୟ ଜ୍ୟୋତ୍ସ। ରାଣୀ ସାହୁ, ଅଶୋକ ପ୍ରଧାନ, ଇନ୍ଦ୍ରଜିତ ସାହୁ, ବୁଦ୍ଧିଆ ବହାଦୁର, ସାନ୍ତନୁ ଦାସ, ଦିଲ୍ଲୀପ ପ୍ରଧାନ ସମେତ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.