ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଧମକ ଦେବା ଅଭିଯୋଗ ପୁଲିସ ଜଣେ ଯୁବକଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି। ବଅଁରପାଳ ଥାନା ଅଧିକାରୀ ନରେଶ ସାହୁଙ୍କ ସୂଚନା ଅନୁସାରେ ଗଡସନ୍ତ୍ରୀ ଗାଁର ଦିଲୀପ କୁମାର ସାମଲ ଜଣେ ବିବାହିତା ମହିଳାଙ୍କ କୌଣସି ପ୍ରକାର ଅଶ୍ଳୀଳ ଭିଡିଓ ଉଠାଇ ଥିଲା। ଏହି ଅଶ୍ଳୀଳ ଭିଡିଓକୁ ନେଇ ମହିଳାଙ୍କୁ ବାରମ୍ବାର ବ୍ଲାକମେଲିଙ୍ଗ କରୁଥିଲା। ଶାରୀରିକ ସମ୍ପର୍କ ନରଖିଲେ ଭିଡିଓକୁ ଫେସବୁକ୍ ଆକାଉଣ୍ଟ ରେ ଛାଡିବାର ଧମକ ଦେଉଥିଲା। ଦିଲୀପ ଏକ ନକଲି ଫେସବୁକ୍ ଏକାଉଣ୍ଟ ଖୋଲି ମହିଳାଙ୍କ ଫଟୋ ଓ ଭିଡିଓ ଭାଇରାଲ କରିଥିଲେ। ଏ ନେଇ ମହିଳା ଗତ ମେ ମାସ ୩୧ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାରକରି ଥାନାରେ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଫେସବୁକ ଆକାଉଣ୍ଟର ସତ୍ୟତା ଜାଣିବା ପାଇଁ ଫେସବୁକ କାର୍ଯ୍ୟଳୟକୁ ଯୋଗାଯୋଗ କରି ଗଡସନ୍ତ୍ରୀ ଗାଁର ଦିଲୀପ କୁମାର ସାମଲ ନାମକ ଜଣେ ଯୁବକକୁ ରବିବାର ଗିରଫ କରି କୋର୍ଟଚାଲାଣ କରାଯାଇଛି।
ନକଲି ଫେସବୁକ ଆକାଉଣ୍ଟରେ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ
- Post published:August 29, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
You Might Also Like
ସାତକୋଶିଆ ଗଣ୍ଡକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଜନ ଆନ୍ଦୋଳନ: ବିଶ୍ୱ ଜଳ ଦିବସରେ ‘ସାଥୀ ପରିବାର’ର ଅଭିନବ ପ୍ରୟାସ
ଆସୁଛି ବାତ୍ୟା ଅସାନୀ: ୧୦ରେ ବଡ଼ ଧରଣର ବର୍ଷା, ସମୁଦ୍ରକୁ ଯିବାକୁ ବାରଣ କଲା ପାଣିପାଗ ବିଭାଗ





