ଅନୁଗୁଳ:ଅନୁଗୁଳ ଜିଲ୍ଲାରେ ବାଇକ୍ ଚୋରି ଉଦ୍ବେଗଜନକ ଭାବେ ବଢ଼ିଚାଲିଛି । ଗୁରୁବାର ପୂର୍ବାହ୍ନରେ ଜରପଡ଼ା ଥାନା ଇଲାକା ତୁକୁଡା ହାଟ ସାମ୍ନାରୁ ଏକ ବାଇକ୍ ( ଓଡ଼ି୧୯ଏ୦୪୮୮) ଚୋରି ହୋଇଛି । ଏନେଇ ଗାଡ଼ି ମାଲିକ ଓଗି ଗ୍ରାମର ସନ୍ତୋଷ କୁମାର ପ୍ରଧାନ ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଛାନ୍ଭିନ୍ ଆରମ୍ଭ କରିଛି । ପୁଲିସ୍ ସୂଚନା ମୁତାବକ, ସନ୍ତୋଷ ଗୁରୁବାର ପୂର୍ବାହ୍ନ ୧୦ଟାରେ ବାଇକରେ ସଉଦା କରିବାକୁ ହାଟକୁ ଯାଇଥିଲେ । ହାଟ ସାମ୍ନାରେ ବାଇକ୍ ରଖି ସେ ଭିତରକୁ ଯାଇଥିଲେ । ୧୫ ମିନିଟ୍ ପରେ ସଉଦା କିଣି ଫେରିବା ବେଳକୁ ବାଇକ୍ ଚୋରି ହୋଇଯାଇଥିଲା । ବହୁ ଖୋଜାଖୋଜି କରି ନିରାଶ ହେବା ପରେ ସେ ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ହାଟ ସାମ୍ନାରୁ ବାଇକ୍ ଚୋରି
- Post published:April 3, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
