ଛିନତାଇ ଅଭିଯୋଗରେ ୩ ଯୁବକ ଗିରଫ

0

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁରେ ଏକ ଛିନତାଇ ଘଟଣାରେ ପୁଲିସ ଶନିବାର ୩ ଜଣ ଯୁବକ ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯୟୀ, ନଭେମ୍ବର ୪ ତାରିଖରେ ଗାଁର ନବ ସାହୁ ଚଣ୍ଡିବଜାର ରେ ଯାଉଥିବା ସମୟରେ ଏକ ବାଇକ ରେ ୪ ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ତାଙ୍କଠାରୁ ୯ ହଜାର ଟଙ୍କା, ୨ ଟି ସୁନା ମୁଦି ଓ ଗୋଟିଏ ମୋବାଇଲ ଫୋନ୍ ନେଇ ପଳାଇଥିଲେ। ଏ ନେଇ ନବ ସଦର ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣା ର ତଦନ୍ତକରି ଶନିବାର ଅନୁଗୁଳ ସହର ର ମନୋଜ ବେହେରା(୨୪), ଆଶିଷ କୁମାର ସାହୁ(୨୩) ଓ ସୂର୍ଯ୍ୟକାନ୍ତ ଦଳେଇ(୩୦)ଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ସୁନା ମୁଦି ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରିଛି। ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.

error: Content is protected !!