ଅନୁଗୁଳ: ଛୁରା ମାଡରେ ଟିକନ ନାଏକ ନାମକ ଜଣେ ପେସାଦାର ଅପରାଧୀ ଗୁରୁତର ହୋଇ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା। ତାର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର ବାଟରେ ମୃତ୍ୟୁ ହୋଇଛି l ସୂଚନା ଯେ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମର ଟିକନ ନାଏକ ଜଣେ ପେସାଦାର ଅପରାଧୀ । ତା’ ନାମରେ ଆଗରୁ ୧୨ ରୁ ଉର୍ଦ୍ଧ୍ବ ମାମଲା ଥିବା ବେଳେ ସେ ଏବେ ଜାମିନରେ ଆସିଥିଲା । ମଙ୍ଗଳବାର ଦିନ ପ୍ରାୟ ୧୧ ଟା ବେଳକୁ ସେହି ଗ୍ରାମର କାଳିଆ ନାଏକ ସହ ଟିକନର ପାଟିତୁଣ୍ଡ ହୋଇଥିଲା । ଉଭୟ ମଦ୍ୟ ପାନ କରି ନିଶାଗ୍ରସ୍ତ ଅବସ୍ଥା ଥିବାର ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି । ଏହି ପାଟିତୁଣ୍ଡରେ କାଳିଆ ଉତ୍ୟକ୍ତ ହୋଇ ଛୁରୀରେ ଟିକନକୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଟିକନକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ଛୁରା ମାଡ଼ରେ ପେଶାଦାର ଅପରାଧୀ ଟିକନ ମୃତ
- Post published:January 12, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul