ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗାଁର ବାଘେଶ୍ବର ଗଡ଼ନାୟକଙ୍କୁ ମାଡ଼ମାରିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଗତ ୧୪ ତାରିଖରେ ବାଘେଶ୍ବର ତାଙ୍କ ବାଇକ୍ରେ ଅନୁଗୁଳରୁ ଘରକୁ ଫେରୁଥିଲେ। ଏହି ସମୟରେ ଖଲାରୀ ଗାଁର ସୁଜିତ ପଟ୍ଟନାୟକ ତାଙ୍କ କାରଟି ରାସ୍ତା ଉପରେ ରଖିଥିବାରୁ ବାଘେଶ୍ବର ଯାଇପାରିନଥିଲେ। ଏ ନେଇ ବାଘେଶ୍ବର ଓ ସୁଜିତଙ୍କ ମଧ୍ୟରେ ପାଟିଗୋଳ ହୋଇଥିଲା। ପରେ ସୁଜିତ ତାଙ୍କ ସାଙ୍ଗ ଛେଳିଆପଡ଼ାର ବୁବୁ ଭଞ୍ଜଙ୍କୁ ଫୋନକରି ଡ଼କାଇ ବାଘେଶ୍ବରଙ୍କୁ ମାଡ଼ମାରିଥିଲେ। ଏ ନେଇ ବାଘେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଶନିବାର ସୁଜିତ ସ ବୁବୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ଯୁବକଙ୍କୁ ମାଡ଼ମାରି ୨ ଜଣ ଗିରଫ
- Post published:September 19, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul