ଅନୁଗୁଳ: ଜନତା କଲେଜ ବଇଣ୍ଡା ଓ କିଶୋରନଗର କଲେଜର ପୂର୍ବତନ ଅଧ୍ୟକ୍ଷ ବୀରକିଶୋର ପ୍ରଧାନଙ୍କ ଶୁକ୍ରବାର ରାତିରେ ଫୁଲଝରି ସ୍ଥିତ ବାସଭବନରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। କଲେଜ ଅଧ୍ୟକ୍ଷ ଭାବେ କିଛିଦିନ କାମ କରି କଳା ସାହିତ୍ୟ କ୍ଷେତ୍ରରେ ନିଜକୁ ଜଡ଼ିତ କରିଥିଲେ। ନିଜ ଗାଁ ରେ ଏକ ରାମଲୀଳା ସଂଗଠନ ଗଢି ତାର ସ୍କ୍ରିପ୍ଟ ଲେଖିବା ସହ ଏହାକୁ ନିୟମିତ ମଞ୍ଚସ୍ଥ କରୁଥିଲେ। କିଶୋର ସାହିତ୍ୟ ସଂସଦର ବିଭିନ୍ନ କାର୍ଯ୍ୟକ୍ରମ ସହିତ ସେ ସାମିଲ ହୋଇ ବିଭିନ୍ନ ଦାୟିତ୍ବ ସମ୍ପାଦନ କରୁଥିଲେ। ଜଣେ ସରଳ ଅମାୟିକ ପରୋପକାରୀ ବ୍ୟକ୍ତି ଭାବେ ବୀର ବାବୁଙ୍କ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚୟ ଥିଲା। ତାଙ୍କ ପରଲୋକରେ କିଶୋରନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ପୂର୍ବତନ କଲେଜ ଅଧ୍ୟକ୍ଷ ଓ ସାହିତ୍ୟ ସଂଗଠକଙ୍କ ପରଲୋକ
- Post published:January 22, 2022
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ
- Post comments:0 Comments
- Post author:Biswaranjan Pattnaik
