ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗ ଗୁଜରାଟୀ ପଡ଼ା ନିକଟରେ ରବିବାର ଏକ ଅତ୍ୟାଧୁନିକ ନର୍ସିଂ ହୋମ ବିଷ୍ଣୁପ୍ରିୟା ସେବା ସଦନ ଉଦଘାଟିତ ହୋଇଯାଇଛି। ରାଜ୍ୟ ଗ୍ରାମୀଣ ବିକାଶ,ପଞ୍ଚାୟତିରାଜ,ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଓ ଡା ତ୍ରିଲୋଚନ ପ୍ରଧାନ ଏହି ସେବା ସଦନକୁ ଉଦଘାଟନ କରି ଅନୁଗୁଳବାସୀଙ୍କ ସେବାରେ ସଦନ ନିୟୋଜିତ ହେବ ବୋଲି ପ୍ରକାଶ କରିଥିଲେ। ଏହି ସେବା ସଦନରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ସମସ୍ତ ଚିକିତ୍ସା,ଅସ୍ଥିଶଲ୍ୟ ସମସ୍ୟା ର ସମାଧାନ ସହ ଅଲଟ୍ରସାଉଣ୍ଡ, ଏକ୍ସରେ ଏବଂ ସମସ୍ତ ପ୍ରକାର ଲାପ୍ରୋସ୍କୋପିକ ଅସ୍ତ୍ରୋପଚାର ର ସୁବିଧା ରହିଛି। ରାଜ୍ୟର ଅଭିଜ୍ଞ ଡାକ୍ତର ମାନେ ଏହି ନର୍ସିଂ ହୋମରେ ଉପସ୍ଥିତ ଏହି ଚିକିତ୍ସା ପରାମର୍ଶ ଦେବେ। ଅନୁଗୁଳବାସୀ ଶୀତତାପ ନିୟନ୍ତ୍ରିତ ଏହି ସେବା ସଦନ ଦ୍ଵାରା ଉନ୍ନତ ମାନର ଚିକିତ୍ସା ସୁବିଧା ପାଇ ପାରିବେ ବୋଲି ପ୍ରକାଶ କରିଥିଲେ ନର୍ସିଂ ହୋମର ପରିଚାଳନା ନିର୍ଦ୍ଦେଶକ ଦୀପକ ପ୍ରଧାନ।
ବିଷ୍ଣୁପ୍ରିୟା ସେବା ସଦନ ଉଦ୍ଘାଟିତ
- Post published:September 16, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul