ଅନୁଗୁଳ: ଆଜି ବଅଁରପାଳ ବ୍ଲକର କରଡାଗାଡିଆ, ବେଣାଗାଡିଆ, ଜରାସିଂହା ଓ କୁମଣ୍ଡ ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଛି। ଏ ଅବସରରେ କୁମଣ୍ଡ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଉପାଧ୍ୟକ୍ଷା ବନିତା ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଛବି ନାରାୟଣ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସନ୍ତୋଷ ଦାସ, ଜିଲ୍ଲା ପରିଷଦ ଦିଲ୍ଲୀପ କୁମାର ପ୍ରଧାନ ଓ ସୁଶିଳା ନାଏକ, ସନ୍ତୋଷ କୁମାର ଦାସ, ରାଜୀବ ଲୋଚନ ଦାସ, ତୁବେ ସରପଞ୍ଚ ଅନୀଲ କୁମାର ପ୍ରଧାନ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର କୁମାର ନାଏକ ଉପସ୍ଥିତ ଥିଲେ।
ବଅଁରପାଳ ବ୍ଲକରେ ବିଜେଡିର ଜନ ସମ୍ପର୍କ ଯାତ୍ରା, ଯୋଗ ଦେଲେ ଶହ ଶହ କର୍ମୀ
- Post published:November 2, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
