ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିପୁର ମା ଲୁଧୁଣି ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ନବ ନିର୍ବାଚିତ ସଭାପତି ଓ ୧୯ ଟି ପଞ୍ଚାୟତର ସଭାପତି ଉପସ୍ଥିତ ଥିଲେ। ପାଳଲହଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଯୁବ ବିଜେଡି ସଭାପତି ସୁବାଷ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମୁକେଶ କୁମାର ପାଳ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ବରିଷ୍ଠ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ରବି ଚନ୍ଦ୍ର ରାଉତ, ହିମାଚଳ ପଣ୍ଡା, ନୂତନ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ନୂତନ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ସାହୁଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
କାର୍ଯ୍ୟକ୍ରମରେ ପର୍ଶୁରାମ ବିଶ୍ବାଳ, ମହେଶ୍ୱର ସାମଲ, ସୌଭାଗ୍ୟ ପ୍ରଧାନ, ଭବେଶ ପ୍ରଧାନ, ଅବନୀ ଦେହୁରୀ, ଶିବ ପ୍ରସାଦ ବେହେରା, କରୁଣାକର ପ୍ରଧାନ, ପୁରୁଷୋତ୍ତମ ସାହୁ, ପ୍ରଦୀପ ଦାସ, ପ୍ରଜ୍ଞାବୀର ଦାସ, ମହର୍ଗା ସ୍ୱାଇଁ, ଗିରିଶ ସାହୁ, ଅଭିମନ୍ୟୁ ପ୍ରଧାନ, ଜୟନ୍ତ ପ୍ରଧାନ, ପ୍ରତାପ ବେହେରା, ଶିଶିର ବେହେରା, ଗଗନ ରାଉତ, ସଞ୍ଜୟ ମାଝୀ, ପ୍ରଦୀପ ସାମଲ, ମଣ୍ଟୁ ମହାନ୍ତି, ପ୍ରଶାନ୍ତ ପ୍ରଧାନ, ଧର୍ମେନ୍ଦ୍ର ସାମଲ, ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।