ବିଜେଡି ଛାତ୍ର ନେତା ସୌମ୍ୟରଞ୍ଜନ ନବୀନଙ୍କୁ ଭେଟିଲେ

You are currently viewing ବିଜେଡି ଛାତ୍ର ନେତା ସୌମ୍ୟରଞ୍ଜନ ନବୀନଙ୍କୁ ଭେଟିଲେ

ଅନୁଗୁଳ: ଭୁବନେଶ୍ୱର ଶଙ୍ଖ ଭବନ ଠାରେ ଶୁକ୍ରବାର ଆୟୋଜିତ ରାଜ୍ୟସ୍ତରୀୟ ଛାତ୍ର ବିଜେଡି ସମ୍ମିଳନୀରେ ଅନୁଗୁଳରୁ ଯୋଗଦାନ କରିଥିଲେ ବିଶିଷ୍ଟ ଛାତ୍ର ନେତା ତଥା ସମାଜସେବୀ ସୌମ୍ୟ ରଞ୍ଜନ ସାହୁ।
ଏହି ସମ୍ମିଳନୀରେ ବିଜେଡି ଛାତ୍ର ସଂଗଠନ ର ଆଭିମୁଖ୍ୟ, ଲକ୍ଷ୍ୟ, କଲେଜ୍ ନିର୍ବାଚନ, ସଂଗଠନର ଅଭିବୃଦ୍ଧି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏହାପରେ ଛାତ୍ର ନେତା ସୌମ୍ୟରଞ୍ଜନ ସାହୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଏକ ସୁନାର ଜଗନ୍ନାଥ ସ୍ମାରକୀ ଭାବେ ପ୍ରଦାନ କରିଥିଲେ। ଏଥି ସହିତ ସେ ଅନୁଗୁଳ ଜିଲ୍ଲାରେ ଛାତ୍ର ସଂଗଠନ ଏବଂ ଛାତ୍ର ରାଜନୀତି ଉପରେ ଶ୍ରୀ ପଟ୍ଟନାୟକଙ୍କ ସହ ଭାବ ବିନିମୟ କରିଥିଲେ। ସୌମ୍ୟରଞ୍ଜନଙ୍କ ଏହି ଗସ୍ତ ସମୟରେ ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବିଦତ୍ତ ତ୍ରିପାଠୀ ମାର୍ଗ ଦର୍ଶନ କରିଥିବାରୁ ତାଙ୍କୁ ମଧ୍ୟ ଶ୍ରୀ ସାହୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।

Share

Leave a Reply