ଅନୁଗୁଳ: କଣିହା ବ୍ଲକ୍ ଅନ୍ତର୍ଗତ ଛେଳିଆ ଗାଁ ର ଗ୍ରାମବାସୀ ଏମ୍ସିଏଲ୍ ଠାରୁ ନିଯୁକ୍ତି ଦାବି ରେ ମଙ୍ଗଳାର ସକାଳୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଉପରୋକ୍ତ ଛେଳିଆ ଗାଁ ଟି ୨୦୦୬ ମସିହା ରେ ଫୋର ୱାନ୍ ନୋଟିସ୍ କରାଯାଇ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସେତେବେଳେ ଏମ୍ସିଏଲ୍ ଏବଂ ଜିଲ୍ଲା ପ୍ରସାଶନ ଖଣି ଅଧିଗ୍ରହଣ ଆଇନ ଅନୁଯାୟୀ ପ୍ରଜା ଙ୍କୁ ଉପଯୁକ୍ତ କ୍ଷତି ପୂରଣ ଏବଂ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲେ। ତେବେ ଏଥିରେ ବିଲମ୍ଵ ହେବାରୁ ବହୁବାର ମିଟିଂ ପରେ ମାର୍ଚ୍ଚ ୨୦୨୧ ରେ ଛେଳିଆ ଗାଁ ଲୋକ ଙ୍କୁ ନିଯୁକ୍ତି ଦେବାକୁ ଦୃଢ ପ୍ରତିଶୃତି ଦିଆ ଯାଇଥିଲା। କିନ୍ତୁ ଇତି ମଧ୍ୟରେ ନଅ ମାସ ବିତି ଯାଇଥିଲେ ମଧ୍ୟ ଏମ୍ସିଏଲ୍ ନିଯୁକ୍ତି ଦେବାରେ ଟାଳଟୁଳ ନୀତି ଧରିବାରୁ
ଗାଁ ଲୋକେ ବାଧ୍ୟ ହୋଇ ଆମରଣ ଅନଶନ ରେ ବସିଛନ୍ତି।
ନିଯୁକ୍ତି ଦାବିରେ ଛେଳିଆ ଗ୍ରାମବାସୀଙ୍କ ଆମରଣ ଅନଶନ
