ଅନୁଗୁଳ: ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରଗଡ଼ ଆମ୍ବସରମୁଣ୍ଡା ସ୍ଥିତ ଆବାସିକ ସେବାଶ୍ରମକୁ ଶୁକ୍ରବାର ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ପରିଦର୍ଶନ କରିଛନ୍ତି। ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ ଓ ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏହି ମଣ୍ଡଳୀ ସେବାଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କ ସହ ଆଲୋଚନା କରି ସୁବିଧା ଓ ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ସେବାଶ୍ରମର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଫୋନ୍ ଯୋଗେ ଅବଗତ କରାଇ ଦୃଷ୍ଟି ଆକର୍ଷଣ କରିଥିଲେ।
ଠାକୁରଗଡ଼ ଆମ୍ବସରମୁଣ୍ଡା ସେବାଶ୍ରମ ପରିଦର୍ଶନ କଲେ ବିଜେପି ପ୍ରତିନିଧି ମଣ୍ଡଳୀ
- Post published:October 11, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
