ଆଉ ନାହାନ୍ତି ଅନୁଗୁଳର ଜଣାଶୁଣା ବରିଷ୍ଠ ବିଜେପି ନେତା ପୁଲିନ ବିହାରୀ ନାୟକ

You are currently viewing ଆଉ ନାହାନ୍ତି ଅନୁଗୁଳର ଜଣାଶୁଣା ବରିଷ୍ଠ ବିଜେପି ନେତା ପୁଲିନ ବିହାରୀ ନାୟକ

ତାଳଚେର: ତାଳଚେର ବିଜେପିର ବରିଷ୍ଠ ନେତା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତାଳଚେର ପୌର ମଣ୍ଡଳ ପ୍ରଭାରୀ ପୁଲିନ ବିହାରୀ ନାୟକଙ୍କ ର ହୃଦଘାତରେ ୫୨ ବର୍ଷ ବୟସରେ ମୃତ୍ୟୁ ଘଟିଛି। ମଙ୍ଗଳବାର ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଥର୍ମାଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି।

ତାଙ୍କ ମୃତ୍ୟୁରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଶୋକ ପ୍ରକାଶ କରିଛନ୍ତି। ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଥର୍ମାଲ ମେଡିକାଲରେ ଉପସ୍ଥିତ ରହିବା ସହ ଶେଷକୃତ୍ୟରେ ସାମିଲ ହୋଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶହ ଶହ ବିଜେପି କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକ ଶେଷକୃତ୍ୟରେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ରତ୍ନାକର ସାହୁ, ରାଜେନ୍ଦ୍ର ସିଂହ, ବରୁଣ ସାହୁ, ସତ୍ୟବନ୍ତ ସାହୁ, ନରେନ୍ଦ୍ର ସାହୁ ପ୍ରମୁଖ ଶେଷକୃତ୍ୟରେ ଉପସ୍ଥିତ ଥିଲେ।

Share

Leave a Reply