ଅନୁଗୁଳ: ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍ ପାଇଁ ଭାରତୀୟ ବଧିର କ୍ରିକେଟ୍ ଦଳରେ ମନୋନୀତ ହୋଇଥିବା ଅନୁଗୁଳ ଜିଲ୍ଲା ତାଳଚେରର ସନ୍ତୋଷ କୁମାର ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ନେତା।
ବିଜେପି ସାଂସଦ ରୁଦ୍ର ନାରାୟଣ ପାଣି ଓ ବରିଷ୍ଠ ବିଜେପି ନେତା ଏନଏସଆଇସିର ଡାଇରେକ୍ଟର କାଳନ୍ଦି ସାମଲ ସନ୍ତୋଷଙ୍କୁ ଶୁଭେଚ୍ଛା ଜଣାଇବା ସହ ଉନ୍ନତି କାମନା କରିଛନ୍ତି। ଶୁକ୍ରବାର ବରିଷ୍ଠ ବିଜେପି ନେତା ଯଯାତି ପଟ୍ଟନାୟକ ୟୁଥ ସ୍ପୋର୍ଟ୍ସ କ୍ଲବର ଉପଦେଷ୍ଟା ତଥା ବିଜେପି ଜୋନାଲ ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ସନ୍ତୋଷଙ୍କ ବାସଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି। ଏ ଅବସରରେ ଗଣେଶ ପ୍ରସାଦ ସାହୁ, ଅଜୟ ସାହୁ, ଜଗଦୀଶ ପ୍ରସାଦ ସିଂହଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।















