କ୍ଷମତା ନ ଥାଇ ସରକାରୀ ଅଫିସରେ ପଶି କର୍ମଚାରୀଙ୍କୁ ଝାଡ଼ୁଛନ୍ତି ଶାସକ ଦଳ ନେତା, ଭାଇରାଲ ହେଉଛି ଭିଡିଓ

You are currently viewing କ୍ଷମତା ନ ଥାଇ ସରକାରୀ ଅଫିସରେ ପଶି କର୍ମଚାରୀଙ୍କୁ ଝାଡ଼ୁଛନ୍ତି ଶାସକ ଦଳ ନେତା, ଭାଇରାଲ ହେଉଛି ଭିଡିଓ

ଅନୁଗୁଳ: ନା’ କ୍ଷମତା ଅଛି ନା’ ଅଧିକାର, କିନ୍ତୁ ଅଫିସରେ ପଶି ଖୋଦ ଅଫିସରଙ୍କୁ ମନ ଇଚ୍ଛା ଝାଡ଼ୁଛନ୍ତି ଶାସକ ଦଳର ନେତା। କେବଳ ସେତିକିରେ ସରିନି ହାକିମତି, କାର୍ଯ୍ୟାଳୟର ବଡ଼ବାବୁଙ୍କ ଚଉକିକୁ ବି କବ୍‌ଜା କରି ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ପଛାଇ ନାହାନ୍ତି ବିଜେପି ନେତା ଜଣକ। ହାତ ହଲାଇ କାହାକୁ କେତେ ଟଙ୍କାର କାମ ଦିଆଯିବ କହୁଛନ୍ତି। ଆଉ କିଂକର୍ତ୍ତବ୍ୟମୂଢ ହୋଇ ସବୁ ଶୁଣୁଛନ୍ତି ଯନ୍ତ୍ରୀ ଓ ଅଧିକାରୀମାନେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ବ୍ଲକ୍‌ କାର୍ଯ୍ୟାଳୟରେ। ଏହି ସବୁ ଦୃଶ୍ୟ ମୋବାଇଲ୍‌ ଫୋନ୍‌ରେ ରେକର୍ଡ ହୋଇଥିଲା ବେଳେ ଏହା ଏବେ ଭାଇରାଲ ହେବାରେ ଲାଗିଛି। ଆଉ ଆରମ୍ଭ ହୋଇଛି ଚର୍ଚ୍ଚା।

ସୂଚନା ଅନୁସାରେ, ବିଜେପି ନେତା ପ୍ରଭାତ ପ୍ରଧାନ ଅନୁଗୁଳ ବ୍ଲକ୍‌ କାର୍ଯ୍ୟାଳୟରେ ପଶି ଯନ୍ତ୍ରୀ ଓ ଅନ୍ୟ କିଛି ଅଧିକାରୀଙ୍କୁ ଏମିତି ନିର୍ଦ୍ଦେଶ ଦେଇଛନ୍ତି। ନେତା ଜଣଙ୍କ ଚଉକିରେ ବସିଥିଲା ବେଳେ ଅନ୍ୟ ସମସ୍ତେ ଛିଡ଼ା ହୋଇଛନ୍ତି। କାହାକୁ ଲକ୍ଷେ, ଦୁଇ ଲକ୍ଷ ଟଙ୍କାର କାମ ଦିଆଯିବ ସେ ତାହା କହୁଛନ୍ତି। ଉଚ୍ଚ ସ୍ବରରେ ହାତ ହଲାଇ ନିର୍ଦ୍ଦେଶ ଦେଉଛନ୍ତି। ବ୍ଲକ୍‌ କାର୍ଯ୍ୟାଳୟ ଭିତରେ ନେତାଙ୍କ ଏଭଳି ଆଚରଣ ଓ ଉଚ୍ଚାରଣକୁ ଭିତରେ ସମସ୍ତେ ନାପସନ୍ଦ କରୁଥିଲେ ମଧ୍ୟ ଭୟରେ ମୁହଁ ଖୋଲୁନଥିବା ଜଣାଯାଇଛି।

Share

Leave a Reply