ବେଣାଗାଡିଆ ପଞ୍ଚାୟତରେ ବିଜେପିର ବିରାଟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

You are currently viewing ବେଣାଗାଡିଆ ପଞ୍ଚାୟତରେ ବିଜେପିର ବିରାଟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

ଛେଣ୍ଡିପଦା: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଣାଗାଡ଼ିଆ ସରପଞ୍ଚଙ୍କ ପ୍ରତିନିଧି ତଥା ବରିଷ୍ଠ ନେତା କୁମୁନ୍ଦ ସାହୁଙ୍କ ନେତୃତ୍ୱରେ ବେଣାଗାଡ଼ିଆ ପଞ୍ଚାୟତରେ ଏକ ବିଶାଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।

ଏ ଅବସରରେ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଗସ୍ତୀ ବେହେରାଙ୍କ ଉପସ୍ଥିତିରେ ବେଣାଗାଡ଼ିଆ ଓ ସାନକେରଜାଙ୍ଗ ପଞ୍ଚାୟତରୁ ଅନେକ ବିଜେଡି ଓ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

କାର୍ଯ୍ୟକ୍ରମରେ ଅନୁଗୁଳର ପୂର୍ବତନ ନଗରପାଳ ଭକ୍ତି ଦାସ, ବିଶିଷ୍ଟ ଶିକ୍ଷାବିତ ମହେଶ ଧଳ, ଜିଲ୍ଲା ପରିଷଦ ସଭ୍ୟା ମୀରା ଅପା, ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପ ସଭାପତି ଚୌଧୁରୀ ପ୍ରଧାନ, ବେଣାଗଡ଼ିଆ ସରପଞ୍ଚ କୁନି ପ୍ରଧାନ, ସମିତି ସଭ୍ୟା ପ୍ରମିଳା ମହାପାତ୍ର, ଯୁବମୋର୍ଚ୍ଚାର ନେତା ତପନ ଦେବତା, ସନ୍ତୋଷ ସାହୁ, ମଦନ ସାହୁ, ବରିଷ୍ଠ ନେତା କୁମୁନ୍ଦ ସାହୁ, ବିଭୂତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

Share

Leave a Reply