ଅନୁଗୁଳ: ଓଡ଼ିଆଙ୍କ ମନ କିଣିବାକୁ ବିଜେପି ପକ୍ଷରୁ ଅଡିଓ ଭିଜୁଆଲ ଅସ୍ତ୍ର ପ୍ରୟୋଗ କରାଯାଇଛି। ଆଜି ପାର୍ଟି ଅଫିସରେ ଏଥିନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ପୂର୍ବତନ ସାଂସଦ ରୁଦ୍ର ପାଣି,ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ,ରାଜ୍ୟ କାରିଣୀ ସଦସ୍ୟ ପ୍ରତାପ ପ୍ରଧାନ,ପ୍ରତିମା ମିଶ୍ର,ତୁଙ୍ଗ ନେତା କାଳନ୍ଦୀ ସାମଲ,ରାଜ୍ୟ ସମ୍ପାଦକ ସିମାଞ୍ଚଳ ଖଟେଇ ପ୍ରମୁଖ ଯୋଗ ଦେଇ ବିଜେଡିକୁ ସିଧା ଟାର୍ଗେଟ କରିଥିଲେ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ସ୍ୱଚ୍ଛ ଭାରତ ଯୋଜନାରେ ଲୋକଙ୍କୁ ମିଳୁଥିବା ସହାୟତା ସହ ଉଜ୍ଜ୍ୱଳା ଯୋଜନାରେ ଘରେ ଘରେ ଗ୍ୟାସ,ପ୍ରତି ଘରକୁ ପିଇବା ପାଣି,ବିଦ୍ୟୁତ୍,କୃଷି ଋଣ,ନାରୀ ସଶକ୍ତିକରଣ ଆଦି ମୋଦି ଯୋଜନାରେ ସାମାଜିକ ସୁରକ୍ଷା ଗ୍ୟାରେଣ୍ଟି ଦିଆଯାଉଛି ବୋଲି ବିଜେପି ନେତା ମାନେ ପ୍ରକାଶ କରିଥିଲେ। ଓଡ଼ିଶାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ବିକାଶର ରଥ ଚଳାଇବା ସହ ଅନୁଗୁଳ- ଢେଙ୍କାନାଳ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଚେଷ୍ଟିତ ଥିବା ନେତା ମାନେ ପ୍ରକାଶ କରିଥିଲେ। ଏଥିସହିତ ବିଜେପିର ନୂଆବର୍ଷ କ୍ୟାଲେଣ୍ଡରକୁ ମଧ୍ୟ ନେତାମାନେ ଉନ୍ମୋଚନ କରିଥିଲେ। ଫିର ଆଏଗା ମୋଦି ଓ ଭାଇ ଆମ ଧର୍ମେନ୍ଦ୍ର ପ୍ରଧାନ ଗୀତ ପ୍ରଚାରର ମୁଖ୍ୟ ଆୟୁଧ ହେବ ବୋଲି ନେତା ମାନେ ଆଶା ପ୍ରକାଶ କରିଛନ୍ତି।
ଓଡ଼ିଆଙ୍କ ମନ କିଣିବା ପାଇଁ ବିଜେପିର ଅଡୀଓଭିଜୁଆଲ ଅସ୍ତ୍ର
- Post published:December 28, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
