ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କୃତିବାସପୁର ପଞ୍ଚାୟତର ବିକାଶ ପାଇଁ ବିଜେପି ପକ୍ଷରୁ ଦାବି ଜଣାଯାଇଛି। ଶକ୍ତି ପ୍ରମୁଖ ଲକ୍ଷ୍ମଣ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ତ୍ରିନାଥ ଦେହୁରୀଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଭେଟିଥିଲେ। ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକ କିପରି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ଏବଂ ଆଗାମୀ ଦିନରେ ଉନ୍ନତିମୂଳକ କାର୍ଯ୍ୟଗୁଡ଼ିକର ସଠିକ୍ ପରିଚାଳନା ନେଇ ଆଲୋଚନା ହୋଇଥିଲା।
ଏହା ସହିତ ୨୦୨୩ ଆର୍ଥିକ ବର୍ଷରୁ ବର୍ତ୍ତମାନ ୨୦୨୬ ପର୍ଯ୍ୟନ୍ତ ପଞ୍ଚାୟତରେ ହୋଇଥିବା ବିଭିନ୍ନ କାର୍ଯ୍ୟ ଓ ସରକାରୀ ଅନୁଦାନର ବିନିଯୋଗ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ କର୍ମକର୍ତ୍ତାମାନେ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱଚ୍ଛତା ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।












