ଟ୍ରକ ଧକ୍କାରେ ତାଳଚେର ବ୍ଲକ କଂଗ୍ରେସ ସଭାପତି ବିଛନ୍ଦ ସାମଲଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ଅଞ୍ଚଳବାସୀ

You are currently viewing ଟ୍ରକ ଧକ୍କାରେ ତାଳଚେର ବ୍ଲକ କଂଗ୍ରେସ ସଭାପତି ବିଛନ୍ଦ ସାମଲଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ଅଞ୍ଚଳବାସୀ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ତାଳଚେର ବ୍ଲକ କଂଗ୍ରେସ ସଭାପତି ତଥା ଗଣପତି ଗେଷ୍ଟ ହାଉସର ମାଲିକ ବିଛନ୍ଦ ସାମଲଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ବିଛନ୍ଦ ଗୁରୁବାର ମଧ୍ୟାହ୍ନରେ ନିଜ ଗେଷ୍ଟ ହାଉସରୁ ଘରକୁ ବାଇକରେ ଫେରୁଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ସେ ଗୁରୁତର ଭାବେ ଆହତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ସେଠାରୁ ସଙ୍ଗେ ସଙ୍ଗେ ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ଉଦବେଗଜନକ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନନ୍ତରିତ କରାଯାଇଥିଲା ଓ ସେଠାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ମର ଶରୀରକୁ ତାଳଚେର ଅଣାଯାଇ ବ୍ୟବଚ୍ଛେଦ କରାଯାଇ ତାଙ୍କ ନିଜ ଗ୍ରାମ ସନ୍ଥପଡ଼ାକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତେବେ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ହୋଇଥିଲା।

ସ୍ଵର୍ଗତ ସାମଲ ସନ୍ଥପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ। ତାଙ୍କ ବିୟୋଗରେ କଂଗ୍ରେସ ମହଲରେ ଶୋକର ଛାୟା ଖେଳିଯାଇଛି।

Share

Leave a Reply