ଅନୁଗୁଳ: ଦୀର୍ଘ ଦିନର ବିରାମ ପରେ ଅନୁଗୁଳ ଜିଲ୍ଲାରେ ବ୍ଲକ ସ୍ତରିୟ ସ୍ବାସ୍ଥ୍ୟ ମେଳା ଆରମ୍ଭ ହେବାକୁ ଯାଉଛି। ଜିଲ୍ଲା ମିଶନ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମ ଅନୁସାରେ ଆସନ୍ତା ଏପ୍ରିଲ ୨୦ ତାରିଖରେ ବଅଁରପାଳ ବ୍ଲକ ବନ୍ଦା ଠାରେ, ୨୧ ତାରିଖରେ ଛେଣ୍ଡିପଦାର କୁକୁରପେଟା, ଆଠମଲ୍ଲିକର ଠାକୁରଗଡ଼ ଠାରେ,୨୨ ତାରିଖରେ ତାଳଚେରର କଙ୍କିଳୀ ଠାରେ, ୨୩ରେ କିଶୋରନଗରର ନୁନୁକାପଶି, ୨୬ ତାରିଖରେ ପାଲଲହଡ଼ାର ପବିତ୍ରପୁର, ୨୭ରେ ଅନୁଗୁଳର ବଲଙ୍ଗ, ଏବଂ ୨୮ ତାରିଖରେ କଣିହାଁର ବଡ଼ଗୁଣ୍ଡୁରି ଠାରେ ଏହି ସ୍ବାସ୍ଥ୍ୟ ମେଳା ଆୟୋଜିତ ହେବା। ଏଠାରେ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା,ମାଗଣା ଔଷଧ ବଣ୍ଟନ,ରକ୍ତଦାନ,ଅଙ୍ଗଦାନ ଶିବିର ଆଦି ଆୟୋଜିତ ହେବ।
ବ୍ଲକସ୍ତରୀୟ ସ୍ବାସ୍ଥ୍ୟମେଳା ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ
- Post published:April 18, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul