ଅନୁଗୁଳ: ୨୦୨୪ ବର୍ଷ ପାଇଁ ରାଜ୍ୟପାଳ ପଦକ ପାଇବେ ଅନୁଗୁଳ ଜିଲ୍ଲାର କନେଷ୍ଟବଳ ଅଶ୍ବିନୀକାନ୍ତ ସାହୁ। ଆସନ୍ତା ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଏହି ପଦକ ପ୍ରଦାନ କରାଯିବ। ଏନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ୨୦୨୪ ବର୍ଷ ପାଇଁ ଜଣେ ଆଇଜି ଓ ଜଣେ ଡିଆଇଜି ସହ ୨୦ ଜଣ ପୋଲିସ କର୍ମଚାରୀଙ୍କ ନାମ ରାଜ୍ୟପାଳ ପଦକ ପାଇଁ ଘୋଷଣା ହୋଇଛି। ଏଥିରେ ବିଭିନ୍ନ ବର୍ଗରେ ୨୦ ଜଣ ପୋଲିସଙ୍କୁ ପଦକ ପ୍ରଦାନ କରାଯିବ। ଏହି ପଦକ ତାଲିକାରେ ଅନୁଗୁଳ ଜିଲ୍ଲାର କନେଷ୍ଟବଳ ଅଶ୍ୱିନୀକାନ୍ତ ସାହୁ ମଧ୍ୟ ରହିଛନ୍ତି। ଅଶ୍ଵିନୀ ୨୦୧୩ ମସିହା ଅଗଷ୍ଟ ମାସରେ ପୋଲିସରେ ଯୋଗଦାନ କରିଥିଲେ। ପ୍ରଥମରୁ ରିଜର୍ଭ ଅଫିସରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିବା ଅଶ୍ବିନୀ ପରେ ନିଶା ଇଣ୍ଡଷ୍ଟ୍ରିଆଲ ଥାନାରେ ୨ ବର୍ଷ ଓ ପରେ ୨୦୧୮ ମସିହାରୁ ୨୦୨୧ ପର୍ଯ୍ୟନ୍ତ ଅନୁଗୁଳ ଥାନାରେ ଦାୟିତ୍ଵ ତୁଲାଇଥିଲେ। ଏବେ ସେ ଅନୁଗୁଳ ସାଇବର ଥାନାରେ କାର୍ଯ୍ୟରତ ଅଛନ୍ତି। ତେବେ ଅଶ୍ଵିନୀ ରାଜ୍ଯପାଳ ପଦକ ପାଇବା ପାଇଁ ମନୋନୀତ ହେବା ଖବର ଜଣାପଡ଼ିବା ପରେ ଖୁସି ବ୍ୟକ୍ତ କରିଛନ୍ତି।
ରାଜ୍ୟପାଳ ପଦକ ପାଇବେ ଅନୁଗୁଳ ଜିଲ୍ଲାର କନେଷ୍ଟବଳ ଅଶ୍ବିନୀକାନ୍ତ ସାହୁ
- Post published:January 22, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul