ଓଡ଼ଶ ବାଳିକା ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର: ମହମ୍ମଦ ପ୍ରଥମ, ସ୍ୱଦୀପ୍ତଶ୍ରୀ ଦ୍ୱିତୀୟ ଏବଂ ସମୀକ୍ଷାଙ୍କ ତୃତୀୟ ସ୍ଥାନ ଅଧିକାର

You are currently viewing ଓଡ଼ଶ ବାଳିକା ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର: ମହମ୍ମଦ ପ୍ରଥମ, ସ୍ୱଦୀପ୍ତଶ୍ରୀ ଦ୍ୱିତୀୟ ଏବଂ ସମୀକ୍ଷାଙ୍କ ତୃତୀୟ ସ୍ଥାନ ଅଧିକାର

ଅନୁଗୋଳ: ପାଲଲହଡା ବ୍ଲକ୍ ଅନ୍ତର୍ଗତ ଓଡ଼ଶ ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସାବିତ୍ରୀ ରାଉତ ସଭାପତିତ୍ୱ କରିଥିଲେ। ପାଲଲହଡା ବ୍ଲକ୍ ଶିକ୍ଷା ଅଧିକାରୀ ଲକ୍ଷ୍ମୀଧର ଦେହୁରୀ ମୁଖ୍ୟ ଅତିଥି ଏବଂ ଅନୁଗୁଳ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଆମ୍ବୁଜ କୁମାର ଗଡନାୟକ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ତଥା ବିଚାରକ ଭାବେ ଚନ୍ଦ୍ରଶେଖର ହାଇସ୍କୁଲ, କୁଲାବିରର ବିଜ୍ଞାନ ଶିକ୍ଷକ ବିଶ୍ୱେଶ୍ୱର ପ୍ରଧାନ ଓ ରିଜିଓନାଲ ହାଇସ୍କୁଲ, ଗଣ୍ଡାବରିଣୀର ବିଜ୍ଞାନ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ପ୍ରଧାନ ଯୋଗ ଦେଇଥିଲେ।

ଏହି ଆଲୋଚନା ଚକ୍ରରେ ମୋଟ ୩୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ମହତାବ ଉଚ୍ଚ ବିଦ୍ୟାଳୟର ଛାତ୍ର ମହମ୍ମଦ ଫାରହାନ ପ୍ରଥମ, ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାପୀଠ, ଖମାରର ଛାତ୍ରୀ ସ୍ୱଦୀପ୍ତଶ୍ରୀ ପ୍ରଧାନ ଦ୍ୱିତୀୟ ଏବଂ ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାପୀଠ, ଓଡ଼ଶର ଛାତ୍ରୀ ସମୀକ୍ଷା ଶ୍ରାବଣୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଉଦଯାପନୀ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧନେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ଭାବେ ଏବଂ ଖାନ୍ ଏକାଡେମୀର ଡିଭିଜନାଲ କୋଅର୍ଡିନେଟର ଦୀପକ କୁମାର ବେହେରା ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ସୁଶାନ୍ତ କୁମାର ଗଡନାୟକ ପରିଚାଳନା କରିଥିବା ବେଳେ ଶିକ୍ଷକ ହେମନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ କନ୍ଦର୍ପ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

Share

Leave a Reply