କଣିହାଁରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ, ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ପବିତ୍ରମୋହନ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୪ ଆୟୋଜିତ ହୋଇଛି। କଣିହାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ଏନଟିପିସି ତାଳଚେର କଣିହାଁ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଉତ୍ସବରେ କଣିହାଁ ବ୍ଲକ୍ ମଧ୍ୟରେ ଥିବା ୧୭ଟି କ୍ଲଷ୍ଟରର ପ୍ରାୟ ୧୭୦ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିଲେ। ଏଥିରେ ଅଂଶଗ୍ରହଣକାରୀମାନେ କଳା, ହସ୍ତଶିଳ୍ପ, ସଙ୍ଗୀତ, ନୃତ୍ୟ, ବିତର୍କ, ପ୍ରବନ୍ଧ ଲେଖା, ବର୍ଣ୍ଣନା ଏବଂ ସୃଜନଶୀଳ ଲେଖା ଭଳି କ୍ଷେତ୍ରରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଏନଟିପିସି କଣିହାଁ ପ୍ରକଳ୍ପ ମୁଖ୍ୟ ଅଶୋକ କୁମାର ସେହଗଲ, ବ୍ଲକ ଶିକ୍ଷା ଅଧିକାରୀ ଶନରୋଟମ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଏନଟିପିସି କଣିହାଁ ଏଚଆର ମୁଖ୍ୟ ନବନୀତ କୁମାର, ଅତିରିକ୍ତ ଜେନେରାଲ୍ ମ୍ୟାନେଜର (ଏଚଆର)ସୁଜିତା ରଥଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ମୁଖ୍ୟ ତଥା ଶିକ୍ଷାବିତ୍ ମାନେ ଉପସ୍ଥିତ ଥିଲେ।

ଶେଷରେ ପ୍ରତ୍ୟେକ ବର୍ଗର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.

error: Content is protected !!