ରକ୍ତଦାନ ଶିବିର, ୧୦୫ ୟୁନିଟ ରକ୍ତ ସଂଗ୍ରହ

You are currently viewing ରକ୍ତଦାନ ଶିବିର, ୧୦୫ ୟୁନିଟ ରକ୍ତ ସଂଗ୍ରହ

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ରନ୍ତଲୋଇଠାରେ ଅନୁଗୁଳ ମାରୱାଡ଼ି ଯୁବାମଞ୍ଚ ବିକାଶ ଶାଖା ଓ ରନ୍ତେଲୋଇ ମା’ ଗଜ ଲକ୍ଷ୍ମୀ କ୍ଲବ୍ ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟ ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏଥିରେ ୧୦୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଯୁବାମଞ୍ଚ ସଭାପତି ମାନସ ଅଗ୍ରୱାଲ, ସମ୍ପାଦକ ସୁରଜ ମୋଦୀ, ରକ୍ତଦାନ ଶିବିର ସଂଯୋଜକ ଆଦିତ୍ୟ ଫୋଗାଲ, ରନ୍ତଲୋଇ କ୍ଲବ୍ର ଅଚ୍ୟୁତ ସାହୁ ଓ ବାବୁଲା ବିଶ୍ବାଳ ଶିବିର ପରିଚାଳନା କରିଥିଲେ। ଜିଲ୍ଲା ରକ୍ତ ଭଣ୍ଡାରର କର୍ମକର୍ତ୍ତା ଓ କର୍ମଚାରୀମାନେ ଏହି ଶିବିରରେ ସହାୟତା କରିଥିଲେ।

Share

Leave a Reply