ସତ୍ୟସାଇ ସେବା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର: ୫୮ ୟୁନିଟ୍ ରକ୍ତ ସଂଗୃହୀତ

You are currently viewing ସତ୍ୟସାଇ ସେବା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର: ୫୮ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଓମ ରୋଡୱେଜ୍ ଓଁ ଶ୍ରୀ ସତ୍ୟସାଇ ସେବା ସଂଗଠନ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବାଇପାସ୍ ସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଛି।

ଶିବିରରେ ମୋଟ ୫୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସମାଜସେବୀ ଶଶିଭୂଷଣ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଓମରୋଡ଼ୱେଜ ସଂସ୍ଥାର ସୁଶିଲ ନାଥ, ବାବୁଲା ନାଥ ଏବଂ ସୁଧୀର ନାଥଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ସମାଜ ସେବୀ ବିଜୟ ମହାରଣା, ସାମ୍ବାଦିକ ଅକ୍ଷୟ ମହାରଣା, ପଙ୍କଜିନୀ ମହାନ୍ତି, ଆଇନଜୀବୀ ସୁଚିତ୍ରା ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଶ୍ରୀ ସତ୍ୟସାଇ ସେବା ସଂଗଠନର କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।

Share

Leave a Reply