ଡିଏଭି ଜଗନ୍ନାଥ କ୍ଷେତ୍ରରେ ରଜତ ଜୟନ୍ତୀ ଉପଲକ୍ଷେ ରକ୍ତ ଦାନ ଶିବିର, ୧୩୦ ୟୁନିଟ୍ ରକ୍ତ ସଂଗୃହୀତ

You are currently viewing ଡିଏଭି ଜଗନ୍ନାଥ କ୍ଷେତ୍ରରେ ରଜତ ଜୟନ୍ତୀ ଉପଲକ୍ଷେ ରକ୍ତ ଦାନ ଶିବିର, ୧୩୦ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ସ୍ଥାନୀୟ ତାଳଚେର ଅନନ୍ତ ବିହାର କଲୋନୀ ଡିଏଭି ଜଗନ୍ନାଥ କ୍ଷେତ୍ରରେ ଆସନ୍ତା ରଜତ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ‘ରୁଧିରାର୍ପଣ’ ଅନୁଷ୍ଠିତ ହୋଇଛି। ଏହି ଶିବିରକୁ ଡିଏଭି ସମୂହ ଘ’ର ଆଞ୍ଚଳିକ ଅଧିକାରୀ ସୁରେନ୍ଦ୍ର କୁମାର ଭୋଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏମ୍ ସି ଏଲ୍ ଜଗନ୍ନାଥ କ୍ଷେତ୍ରର ଏପିଏମ୍ ବିରଞ୍ଚି ନାରାୟଣ ଦାସ ଯୋଗ ଦେଇ ଆୟୋଜକଙ୍କୁ ପ୍ରଶଂସା କରିଥିଲେ।

ଏଥିରେ ବିଦ୍ୟାଳୟର ସ୍କାଉଟ୍, ଗାଇଡ୍, ଏନ୍ ସି ସି ରେଡ୍ କ୍ରସ୍ ବିଭାଗର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଶିବିରରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗ ଦେଇ ରକ୍ତ ଦାନ କରିଥିଲେ। ଏହି ଶିବିରରେ ମୋଟ୍ ୧୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ସମାଜସେବୀ ଯୋଗେନ୍ଦ୍ର ବେହେରା ଏବଂ ବିଦ୍ୟାଳୟ ଶିକ୍ଷକ ସୀତାରାମ ରଣା କାର୍ଯ୍ୟକ୍ରମ ପରିଚାଳିତ କରିଥିଲେ।

Share

Leave a Reply