ଅନୁଗୁଳ: ଡାକ୍ତର ଦିବସ ଅବସରରେ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟ ପରିସରରେ ଥିବା ରକ୍ତଦାନ ଭବନରେ ଏକ ରକ୍ତଦାନ ଶିବିର ଶନିବାର ଆୟୋଜିତ ହୋଇଯାଇଛି। ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ଓ ମେଡିସିନ ରିପ୍ରେଜେଣ୍ଟଟେଟିଭ ସଙ୍ଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଆଇଏମଏ ରାଜ୍ୟ ସଭାପତି ଡ଼ା ପ୍ରଭାତ ପଣ୍ଡା ଶିବିରକୁ ଉଦଘାଟନ କରିଥିଲେ। ରକ୍ତଦାତା ସୁବୋଧ ମିଶ୍ର ପ୍ରଥମେ ରକ୍ତ ଦେଇ ଶୁଭରମ୍ଭ କରିଥିଲେ। ପରେ ଆଇଏମଏ ଜିଲ୍ଲା ସଭାପତି ଡା ତରୁଣ କୁମାରସାହୁ, ଡା ବିଶ୍ୱଜିତ ସାମଲ ଏବଂ ଅଶ୍ରୁର ସଭ୍ୟମାନେ ରକ୍ତଦାନ କରିଥିଲେ। ଶିବିରରେ ମୋଟ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତ ଭଣ୍ଡାର ଅଧିକାରୀ ଡ଼ା ସତ୍ୟବ୍ରତ ପାଟ୍ଟଯୋଶୀ ଏବଂ ତାଙ୍କ ଦଳ ରକ୍ତ ସଂଗ୍ରହ କରିଥିଲେ।
ଡାକ୍ତର ଦିବସ ଅବସରରେ ରକ୍ତଦାନ ଶିବିର
- Post published:July 2, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul