ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ କୁକୁଡ଼ାଙ୍ଗସ୍ଥିତ ବିଲରୁ ସୋମବାର ସନ୍ଧ୍ୟାରେ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ, କୁକୁଡ଼ାଙ୍ଗ ଗାଁର ଏକ ବିଲ ମଝିରେ ନବଜାତ ଶିଶୁର ମୃତଦେହ ପଡ଼ିଥିବାର କିଛି ସ୍ଥାନୀୟ ଲୋକ ଦେଖି ଅନୁଗୁଳ ଟାଉନ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନବଜାତ ଶିଶୁର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ନବଜାତ ମୃତ ଶିଶୁଟିକୁ କେହି ଫୋପାଡି ଦେଇଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।
ବିଲରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର, କେହି ଫିଙ୍ଗି ଦେଇଥିବା ସନ୍ଦେହ
- Post published:April 11, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul