ଅନୁଗୁଳ: ଅନୁଗୁଳ ଜିଲ୍ଲା କୁମୁଣ୍ଡା ବିଟ୍ର ସାନତ୍ରିବିଡ଼ା ଗାଁରୁ ବିପୁଳ ପରିମାଣର ଚୋରା କାଠ ଜବତ କରିଛି ବନ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଣିହାଁ ଜଙ୍ଗଲ ବିଭାଗ ରେଞ୍ଜ ଅଧିକାରୀ ସାନତ୍ରିବିଡ଼ାରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ୫ ଟି ଶାଗୁଆନ ଗଣ୍ଡି, ସାତଟି ଶାଳ ଗଣ୍ଡି ଜବତ କରିଥିଲେ। ଜବତ କାଠର ପରିମାଣ ପ୍ରାୟ ୮୩ ଘନ ମିଟର ହେବ ବୋଲି ଜଣାପଡ଼ିଛି। ଏହି ଚଢ଼ଉରେ ରେଞ୍ଜ ଅଫିସର ନୀଳାଦ୍ରିନାଥ ସାହୁ, ଫରେଷ୍ଟର ଦୀପକ ସେଠିଙ୍କ ସମେତ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ।
ସାନତ୍ରିବିଡ଼ାରେ ବନ ବିଭାଗର ଚଢ଼ଉ, ବିପୁଳ ଚୋରା କାଠ ଜବତ
- Post published:April 3, 2025
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul