ଅନୁଗୁଳ: ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜା ଛକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ତିରିଶ ରୁ ଅଧିକ ଛାତ୍ର କଂଗ୍ରେସ କର୍ମୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ସହିତ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କ ଇସ୍ତଫା ଦାବି କରିଥିଲେ।ରାଜ୍ୟରେ ମହିଳା ମାନେ କ୍ରମାଗତ ଭାବେ ନିର୍ଯ୍ୟାତନା ଓ ହତ୍ୟାର ଶିକାର ହେଉରହିବାରୁ କଂଗ୍ରେସ କର୍ମୀମାନେ ନବୀନ ସରକାରର ତୀବ୍ର ସମାଲୋଚନା କରିଥିଲେ ।
ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ
- Post published:October 22, 2021
- Post category:ଅନ୍ୟାନ୍ୟ / ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
You Might Also Like
ବକେୟା ଦରମା ଦାବିରେ ଝାଡୁ ଛାଡ଼ି ଆନ୍ଦୋଳନରେ ବସିଲେ ସଫେଇ କର୍ମଚାରୀ, ଦୁର୍ଗନ୍ଧରେ ଫାଟିପଡୁଛି ପୂରା ସହର
ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ବିକ୍ଷୋଭ






