ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଘଣ୍ଟପଡ଼ା ଗାଁରେ ପୁଣି ବ୍ରାଉନ୍ସୁଗାର ବେପାରୀଙ୍କୁ ମାଡ଼ି ବସିଲା ପୁଲିସ। ସ୍ଥାନୀୟ ଶାନ୍ତିନଗର ଖେଳ ପଡ଼ିଆରେ ଧଳାଜହର ବିକିବା ବେଳେ କୋଲିୟାରୀ ପୁଲିସ ୭ ଗ୍ରାମ ବ୍ରାଉନସୁଗାର ସହ ୨୨ହଜାର ଟଙ୍କା ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି।
ଦୀର୍ଘ ଦିନ ହେବ ଘଣ୍ଟପଡ଼ା ଗାଁ ନିକଟ ଶାନ୍ତିନଗର ଠାରେ ଥିବା ଏକ ଦୋକାନରେ ବ୍ରାଉନ୍ସୁଗାର ବିକ୍ରି ହେଉଥିବାର ଖବର ପାଇ କୋଲିୟାରୀ ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ବେଳେ ୮୦ ହଜାର ଟଙ୍କାର ୭ ଗ୍ରାମ୍ ବ୍ରାଉନ୍ସୁଗାର ଜବତ ହୋଇଛି। ଏହା ସହିତ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ମୋଟରସାଇକେଲ ଓ ଗୋଟିଏ ମୋବାଇଲ ଫୋନ୍ ଜବତ ହୋଇଛି। ଗିରଫ ଯୁବକ ହେଲେ ଘଣ୍ଟପଡ଼ା ଗାଁର ଅପିନ ଦାସ। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।