ପୁତୁରାର କାଠ ଫାଳିଆ ମାଡ଼ରେ ବୃଦ୍ଧା ଗୁରୁତର, ଥାନାରେ ମାମଲା

You are currently viewing ପୁତୁରାର କାଠ ଫାଳିଆ ମାଡ଼ରେ ବୃଦ୍ଧା ଗୁରୁତର, ଥାନାରେ ମାମଲା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜରପଡ଼ା ଗ୍ରାମରେ ପୁତୁରାର କାଠ ଫାଳିଆ ମାଡ଼ରେ ଜଣେ ୬୦ ବର୍ଷର ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧା ହେଲେ ଜରପଡ଼ା ଗ୍ରାମର ଲଳିତା ବେହେରା।
ସୂଚନା ମୁତାବକ, ଜରପଡ଼ା ଗ୍ରାମର ଲଳିତା ବେହେରା ଗତ କାଲି ରାତି ଘରେ ଖାଇ ପିଇ ଶୋଇ ଥିବା ବେଳେ ଭୋର ୪ଟା ବେଳେ ତାଙ୍କ ପୁତୁରା ମନୋଜ ବେହେରା ଘରେ ପହଞ୍ଚି ଲଳିତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ l ଲଳିତା ଏହାକୁ ବାରଣ କରିବାରୁ ଏଥିରେ ମନୋଜ ଉତକ୍ଷିପ୍ତ ହୋଇ ଏକ କାଠ ଫାଳିଆରେ ଲଳିତାଙ୍କ ମୁଣ୍ତକୁ ବାଡେଇ ଫଟେଇ ଦେଇଥିଲେ। ପରେ ପରିବାର ଲୋକେ ଲଳିତାଙ୍କୁ ଗୁରୁତର ଅବସ୍ଥାରେ ଜରପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଲଳିତା ସୁସ୍ଥ ଅନୁଭବ କରିବା ପରେ ଆଜି ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି ଜରପଡ଼ା ଥାନା କେସ ନଂ ୨୬୦/୨୩ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share

Leave a Reply