ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଧାନସଭାସ୍ତରୀୟ ବହୁଜନ ସମାଜ ପାର୍ଟି କର୍ମୀ ସମ୍ମିଳନୀ ସୋମବାର ଜରପଡା କୁମୁରସିଙ୍ଗ ଗ୍ରାମ ସ୍ଥିତ ମହିମା ଆଶ୍ରମ ଆମ୍ବ ତୋଟାରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ନେତା ପ୍ରମୋଦ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ଛେଣ୍ଡିପଦା ବିଧାନସଭା ବି ଏସ ପି ପାର୍ଟି ସଭାପତି ଈ.ପ୍ରତାପ କୁମାର ବେହେରାଙ୍କ ନେତୃତ୍ବରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଭାରୀ ଧର୍ମବୀର ସିଂହ ଅଶୋକ ଯୋଗ ଦେଇଥିଲେ।
ସାଧାରଣ ସଭାରେ ଆଦିବାସୀ ହରିଜନ ତଥା ଅନ୍ୟାନ୍ୟ ପଛୁଆବର୍ଗ ଜନସାଧାରଣ ସଦା ସର୍ବଦା ଉଭୟ ସରକାରୀ ଓ ସାମାଜିକ ସ୍ତରରେ ଅବହେଳିତ ରହୁଛନ୍ତି ଓ ଶୋଷଣର ଶିକାର ହେଉଛନ୍ତି ବୋଲି କହିଥିଲେ। ଏହି ଦୁର୍ବଳ ଶ୍ରେଣୀର ଲୋକମାନେ ଏକତା ମାଧ୍ୟମରେ ଏକଜୁଟ ହେବା ସହ ଶକ୍ତିବାନ ହେବାକୁ ତାଙ୍କ ବକ୍ତବ୍ୟରେ ମତପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ସଭାପତି ଟଙ୍କଧର ବାଗ୍, କେନ୍ଦ୍ରୀୟ ପ୍ରଭାରୀ ଚମ୍ପା ଲାଲ ଟୁଙ୍ଗୁରିଆ, ରାଜ୍ୟ ପ୍ରଭାରୀ ସୁବ୍ରତ ସାମଲ, ଜିଲ୍ଲା ସଭାପତି ସତ୍ୟବାନ ଦାସ୍, ବରିଷ୍ଠ କର୍ମକର୍ତ୍ତା ଅକ୍ଷୟ କୁମାର ବେହେରା , ଚିନ୍ତାମଣି ଗୋଛାୟତ, ଶରତ ଚନ୍ଦ୍ର ଗୋଛାୟତ, ଅଜୟ ବେହେରା, ଶୀତ ଗୋଛାୟତ, ବାବୁଲି ବେହେରା, ବଳରାମ ବେହେରା, ସଞ୍ଜୟ ବେହେରା, ଜିଲ୍ଲା ପ୍ରଭାରୀ ଚରଣ କୁମାର ନାଏକ, ଆଠମଲ୍ଲିକ ବିଧାନସଭା ସଭାପତି କ୍ଷୀରୋଦ ମେହେର୍ଦ୍ଦା ପ୍ରମୁଖ ଯୋଗ ଦେଇଥିଲେ।