ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ କାକୁଡିଆ ଉଚ୍ଚ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ତିଆରି ଚାଲିଛି । ମାତ୍ର ବିଧାୟକଙ୍କ କର୍ମୀ ଗ୍ରାମବାସୀଙ୍କୁ ଅଣଦେଖା କରି ବିଦ୍ୟାଳୟର ଖେଳପଡ଼ିଆ ମଝିରେ ଶ୍ରେଣୀଗୃହ ତିଆରି କରୁଛନ୍ତି । ଏନେଇ ଗ୍ରାମବାସୀ ଗତ ୨୬ତାରିଖରେ ବିଡ଼ିଓଙ୍କୁ ଏନେଇ ଜଣାଇଥିଲେ । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଗ୍ରାମବାସୀ ମଙ୍ଗଳବାର ବକ୍ ଘେରାଉ କରିଥିଲେ । ବିଦ୍ୟାଳୟର ସାମନା ପାର୍ଶ୍ବରେ ଶ୍ରେଣୀଗୃହ ତିଆରି କରିବାକୁ ଗ୍ରାମବାସୀ କହିଥିଲେ । ମାତ୍ର ଠିକାଦାର ଏହାକୁ ଅଣଦେଖା କରିଥିଲେ । ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବା ନେଇ ଗ୍ରାମବାସୀ ବ୍ଲକ୍ ପ୍ରଶାସନକୁ କହିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁର ବାଧ୍ୟ ହୋଇ ମଙ୍ଗଳବାର ପରମାନନ୍ଦ ସାହୁଙ୍କ ନେତୃତ୍ବରେ ଗ୍ରାମବାସୀ କଣିହାଁ ହାଟ ପଡ଼ିଆଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ୍ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଭଜମନ ସେଠୀ, ଟୁନା ପ୍ରଧାନ, ମଧୁସୂଦନ ସାହୁ, କୈଳାସ ଜ୍ୟୋତିଷ, ଦୀନବନ୍ଧୁ ଜ୍ୟୋତିଷ, ଜଗନ୍ନାଥ ବେହେରା, କୃଷ୍ଣ ବେହେରା, ବିରେନ ବେହେରା, ଶ୍ରୀଧର ଦେତୁରୀ, ଯୁଷ୍ଠିର ନାଏକ, ଗନ୍ଧର୍ବ ସା, ଭୋଳା ପ୍ରଧାନ, ମହେଶ୍ୱର ସେଠୀ, ଡିଲେଶ୍ବର ସବୁ ପ୍ରମୁଖ ଶତାଧିକ ପୁରୁଷ ମହିଳା ବିକ୍ଷୋଭରେ ସାମିଲ ହୋଇଥିଲେ । ଆସନ୍ତାକାଲି ପ୍ରଶାସନ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଏକ ବୈଠକ ବୈଠକ ବସିବ । ତାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି ।
ଗ୍ରାମବାସୀଙ୍କୁ ଅଣଦେଖା କରି ଶ୍ରେଣୀଗୃହ ନିର୍ମାଣ
- Post published:August 31, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
