ମାତିଛି ଷଣ୍ଢ, ଯାହାକୁ ଦେଖୁଛି ଆକ୍ରମଣ କରୁଛି; ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

You are currently viewing ମାତିଛି ଷଣ୍ଢ, ଯାହାକୁ ଦେଖୁଛି ଆକ୍ରମଣ କରୁଛି; ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ଅନୁଗୁଳ: ମାତିଛି ଷଣ୍ଢ। ଯାହାକୁ ଦେଖୁଛି ଆକ୍ରମଣ କରୁଛି। ଷଣ୍ଢ ଭୟରେ ଲୋକେ ବାହାରକୁ ବାହାରିବାକୁ ବି ଡରୁଛନ୍ତି। ସ୍ଥାନୀୟ ବଅଁରପାଳ ବ୍ଲକ ସାନ୍ତରାପୁର ଖ ପଞ୍ଚାୟତରେ ଏଭଳି ଏକ ଷଣ୍ଢ ଉତ୍ପାତ କରୁଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି।

ଷଣ୍ଢଟି ଗାଁର ପନିପରିବା, ବିଲ ବାଡ଼ି ନଷ୍ଟ କରିବା ସହିତ ପିଲାଙ୍କୁ ବି ଆକ୍ରମଣ କରୁଛି। ଫଳରେ ପିଲାମାନେ ସ୍କୁଲକୁ ଯିବାକୁ ଭୟ କରୁଛନ୍ତି। ଏଣୁ ଷଣ୍ଢକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଆଜି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ତେବେ ଖୁବଶୀଘ୍ର ଏ ନେଇ କିଛି ପଦକ୍ଷେପ ନେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Share

Leave a Reply