ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ଠିଆ ହୋଇଥିବା ବସକୁ ପିଟିଲା ଟ୍ରକ୍, ୨୦ ରୁ ଅଧିକ ଆହତ

You are currently viewing ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ଠିଆ ହୋଇଥିବା ବସକୁ ପିଟିଲା ଟ୍ରକ୍, ୨୦ ରୁ ଅଧିକ ଆହତ

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ସ୍ଥିତ ଇଏସଆଇସି ମେଡିକାଲ ସାମ୍ନାରେ ଏକ ଯାତ୍ରୀବାହୀ ବସକୁ ଏକ ଟ୍ରକ ପଛରୁ ପିଟିଛି। ଦୁର୍ଘଟଣାରେ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇ ସ୍ଥାନୀୟ ଇଏସଆଇସି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୌଭାଗ୍ୟବଶତଃ ଏଥିରେ କାହାରି ମୃତ୍ୟୁ ହୋଇ ନାହିଁ।

ସୂଚନା ମୁତାବକ, ହାପି ନାମକ ଏକ ଯାତ୍ରୀବାହୀ ବସ୍ ଅନୁଗୁଳରୁ ଯାତ୍ରୀ ନେଇ ତାଳଚେର ଯାଉଥିବା ବେଳେ ବଳରାମ ପ୍ରସାଦ ସ୍ଥିତ ଇଏସଆଇସି ମେଡିକାଲ ସାମ୍ନାରେ ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ଗାଡ଼ି ଛିଡ଼ା କରିଥିଲା। ସେହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ, ବସକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇ ସ୍ଥାନୀୟ ଇଏସଆଇସି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ନାଲକୋ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଗାଡ଼ିକୁ ଜବତ କରିଥିବା ଜଣାଯାଇଛି।

Share

Leave a Reply