ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଇଲାକାରେ ଏକ ବଲେରୋରେ ଡିଜେଲ ଚୋରାଚାଲାଣ କରାଯିବାବେଳେ ପୁଲିସ ହାବୁଡ଼ରେ ପଡ଼ିଛି । ପୁଲିସ ଉକ୍ତ ଡିଜେଲ୍ ବୋଝେଇ ବଲୋରୋ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଙ୍ଗଳବାର ସକାଳେ ପାଟ୍ରୋଲିଂରେ ଥିବା ପୁଲିସ ଚୋରା ଡିଜେଲ ଧରି ଯାଉଥିବା ଏକ ବଲେରୋ (ଓଡି୦୨ଏୟୁ-୧୩୦୧) କଂସମୁଣ୍ଡା ଗାଁ ନିକଟରେ ଜବତ କରିଥିଲା। ଏଥିରେ ଚାଲାଣ ହେଉଥିବା ୫୦ ଲିଟର ଡିଜେଲ ପୁଲିସ ଜବତ କରିଛି। ବଲୋରୋରେ ଥିବା ସ୍ଥାନୀୟ ବଇଣ୍ଡା ଗାଁର ପରେଶ ଦେହୁରୀ (୨୬) ଓ ତାଙ୍କ ସଂପର୍କୀୟ ଭାଇ ରୁଦ୍ର ଦେହୁରୀ (୨୩) ଗିରଫକରି କୋର୍ଟ ଚାଲାଣ କରାଯାଇଛି।