ଅନୁଗୋଳ: ପରିବେଶ ସୁରକ୍ଷା ସହ ଅନୁଗୋଳ ଜିଲ୍ଲାରେ ସବୁଜିମା ବୃଦ୍ଧି ଉଦ୍ଦେଶ୍ୟରେ ୟୁଥ୍ ହଷ୍ଟେଲ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (YHAI) ନାଲକୋ ୟୁନିଟ୍ ପକ୍ଷରୁ ମନ୍ଦରଗିରି ପାହାଡ଼ସ୍ଥିତ ସୁଧାକର ବାବା ଆଶ୍ରମ ପରିସରରେ ବୃକ୍ଷରୋପଣ ଅଭିଯାନ ଆୟୋଜିତ ହୋଇଯାଇଛି। ୟୁନିଟ୍ ସଭାପତି ଭବାନୀ ପ୍ରସାଦ ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ କର୍ଣ୍ଣେଲ ଶରତ ଚନ୍ଦ୍ର ନାୟକ, ଡାକ୍ତର ସୁଷମା ଚୌଧୁରୀ ଏବଂ ରାଜ୍ୟ ସମ୍ପାଦକ ପ୍ରହ୍ଲାଦ ପଟ୍ଟନାୟକ ଉଦ୍ଘାଟନ କରିଥିଲେ।
ଏହି ଅବସରରେ YHAI ନାଲକୋ ୟୁନିଟ୍ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ, ସମ୍ପାଦକ ଶତ୍ରୁଘ୍ନ ସାହୁ, ଉପସଭାପତି ଧ୍ରୁବ ଚରଣ ଦ୍ୱିବେଦୀ, ବ୍ରହ୍ମଜ୍ୟୋତି ମିଶ୍ର, ଦେବ ରଞ୍ଜନ ସ୍ୱାଇଁଙ୍କ ସମେତ ସଦସ୍ୟ ଶିବସୁନ୍ଦର ସାହୁ, ପଦ୍ମଚରଣ ପ୍ରଧାନ, ଦିନେଶ କୁମାର ମିଶ୍ର, ଶିବରାମ ଦେହୁରୀ, ହିମାଂଶୁ ଭୂଷଣ ସାମଲ, ମନୋଜ କୁମାର ପଣ୍ଡା, କଳ୍ପନା ତ୍ରିପାଠୀ ଓ ବହୁ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।
କର୍ଯ୍ୟକ୍ରମାରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ବୃକ୍ଷରୋପଣ କେବଳ ଚାରା ଲଗାଇବାରେ ସୀମିତ ନ ରହି ରୋପଣ କରାଯାଇଥିବା ଗଛଗୁଡ଼ିକର ନିୟମିତ ଯତ୍ନ ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।












