ଜିନ୍ଦଲ ଷ୍ଟିଲ୍‌ରେ ‘ଶ୍ରମବୀର’ମାନଙ୍କ ସହ ବିଶ୍ୱକର୍ମା ପୂଜା ପାଳନ କଲେ ନବୀନ ଜିନ୍ଦଲ

You are currently viewing ଜିନ୍ଦଲ ଷ୍ଟିଲ୍‌ରେ ‘ଶ୍ରମବୀର’ମାନଙ୍କ ସହ ବିଶ୍ୱକର୍ମା ପୂଜା ପାଳନ କଲେ ନବୀନ ଜିନ୍ଦଲ

ଅନୁଗୋଳ: ଜିନ୍ଦଲ ଷ୍ଟିଲ୍‌ର ଚେୟାରମ୍ୟାନ ନବୀନ ଜିନ୍ଦଲ ଅନୁଗୋଳ ପ୍ଲାଣ୍ଟରେ ‘ଶ୍ରମବୀର’ ଓ କର୍ମଚାରୀମାନଙ୍କ ସହ ବିଶ୍ୱକର୍ମା ପୂଜାରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କର୍ମଚାରୀମାନଙ୍କ ଦକ୍ଷତା, ନିଷ୍ଠା ଓ ପ୍ରତିବଦ୍ଧତାକୁ ପ୍ରଶଂସା କରି କହିଥିଲେ ଯେ, ସେମାନଙ୍କ ଅବଦାନ କମ୍ପାନୀର ନିରନ୍ତର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।

ଶ୍ରୀ ଜିନ୍ଦଲଙ୍କ ସହ ଜିନ୍ଦଲ ଷ୍ଟିଲ୍‌ର ମ୍ୟାନେଜିଂ ଡାଇରେକ୍ଟର ଭି. ଆର. ଶର୍ମା, ସିଓଓ ରାଜୀବ କୁମାର, ଅନୁଗୋଳର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଦାମୋଦର ମିତ୍ତଲ, ସ୍ପେଶାଲ୍ ପ୍ରୋଜେକ୍ଟସ୍‌ର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ହୃଦୟେଶ୍ୱର ଝା, ଗ୍ରୁପ୍ ସିଏଚ୍ଆରଓ ସୁଖଜିତ ସିଂହ ପସରିଚା, ଯୋଗଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପ୍ଲେଟ୍ ମିଲ୍ ଅଞ୍ଚଳରେ ପାରମ୍ପରିକ ବୈଦିକ ରୀତିନୀତିରେ ପୂଜା ସହ ଉତ୍ସବର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ୭୩ ଜଣ ‘ଶ୍ରମବୀର’ଙ୍କ ଦକ୍ଷତା, ନିଷ୍ଠା, ଶୃଙ୍ଖଳା ଓ ନିରାପଦ କାର୍ଯ୍ୟ ପ୍ରଣାଳୀ ପ୍ରତି ପ୍ରତିବଦ୍ଧତାକୁ ସମ୍ମାନ ଜଣାଇବା ପାଇଁ ସ୍ୱତନ୍ତ୍ର ‘ରିୱାର୍ଡ ଆଣ୍ଡ ରେକଗ୍ନିସନ୍ ପ୍ରୋଗ୍ରାମ୍’ ଆୟୋଜନ କରାଯାଇଥିଲା।

ତିନୋଟି ବର୍ଗରେ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା – ଉଲ୍ଲେଖନୀୟ ସାମଗ୍ରିକ ଅବଦାନ ପାଇଁ ‘ବିଶ୍ୱକର୍ମା ରତ୍ନ’, ସୁରକ୍ଷା ପ୍ରତି ଅନୁକରଣୀୟ ପ୍ରତିବଦ୍ଧତା ପାଇଁ ‘ସେଫ୍ଟି ଚାମ୍ପିଅନ୍’ ଏବଂ ଅସାଧାରଣ ଶୃଙ୍ଖଳା ପାଇଁ ‘ଡିସିପ୍ଲିନ୍ ଆୱାର୍ଡ’। ଅନୁଗୋଳ ହ୍ୟୁମାନ୍ ରିସୋର୍ସେସ୍ ର ହେଡ୍ ସୁଭାଷ ଚନ୍ଦ୍ରଙ୍କ ମାର୍ଗଦର୍ଶନରେ ହ୍ୟୁମାନ ରିସୋର୍ସେସ୍ ଓ ଆଡମିନିଷ୍ଟ୍ରେସନ୍ ଟିମ୍ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

    Share

    Leave a Reply