ପୂଜାରେ ଖାଦ୍ୟ ଦୋକାନରେ ଯାଞ୍ଚ: ବାସି ଖାଦ୍ୟ ନଷ୍ଟ, ଜରିମାନା ଆଦାୟ କଲା ଖାଦ୍ୟ ସୁରକ୍ଷା ବିଭାଗ

You are currently viewing ପୂଜାରେ ଖାଦ୍ୟ ଦୋକାନରେ ଯାଞ୍ଚ: ବାସି ଖାଦ୍ୟ ନଷ୍ଟ, ଜରିମାନା ଆଦାୟ କଲା ଖାଦ୍ୟ ସୁରକ୍ଷା ବିଭାଗ

ଅନୁଗୋଳ: ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଖାଦ୍ୟ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଇଛି। ତାଳଚେର କଲେଜ ପଡ଼ିଆ ସମେତ ଆଖପାଖ ଅଞ୍ଚଳରେ ଥିବା ଫାଷ୍ଟଫୁଡ୍‌, ଚାଟ୍‌, ଗୁପଚୁପ୍‌ ଓ ବିଭିନ୍ନ ଖାଦ୍ୟ ଦୋକାନରେ ଟିମ୍‌ ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କରିଥିଲା।

ଅନୁଗୋଳ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗର ହରପ୍ରିୟା ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି ଯାଞ୍ଚ ସମୟରେ ବାସୀ ଖାଦ୍ୟ ମିଳିବାରୁ ତାହାକୁ ନଷ୍ଟ କରାଯାଇଥିଲା। ନିୟମ ଉଲ୍ଲଂଘନ କରିଥିବା ଦୋକାନୀଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ ସହ ଖାଦ୍ୟରେ ଅପମିଶ୍ରଣ ନକରିବାକୁ ତାଗିଦ କରାଯାଇଥିଲା। ପୂଜା ସମୟରେ ଭିଡ଼ ବଢ଼ୁଥିବାରୁ ଆଗକୁ ମଧ୍ୟ ଏଭଳି ଯାଞ୍ଚ ଜାରି ରଖିବାକୁ ଦାବି ହୋଇଛି।

Share

Leave a Reply