ଇଣ୍ଡିଗୋ କାର୍‌ରୁ ୨୮୦ ଲିଟର ବେଆଇନ ଡିଜେଲ ଜବତ; ଜଣେ ଗିରଫ

You are currently viewing ଇଣ୍ଡିଗୋ କାର୍‌ରୁ ୨୮୦ ଲିଟର ବେଆଇନ ଡିଜେଲ ଜବତ; ଜଣେ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ବାଗଡ଼ିଆ ଥାନା ପୋଲିସ ପାଟ୍ରୋଲିଂ ବେଳେ ବିପୁଳ ଡିଜେଲ ଜବତ କରିଛି। ଏକ ଇଣ୍ଡିଗୋ କାର୍‌ରୁ ୨୮୦ ଲିଟର ଚୋରା ଡିଜେଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ନାକଚିଦେଉଳ ଥାନା ବାଟଗାଁର ରଞ୍ଜିତ ଦେହୁରୀ।

ସୂଚନା ଅନୁଯାୟୀ, ଚାରବାଟୀ ଛକ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ପଳାଉଥିବା ଇଣ୍ଡିଗୋ କାର୍‌କୁ ସନ୍ଦେହ କରି ପିଛା କରିଥିଲା। ଟାଙ୍ଗିରି ପଞ୍ଚାୟତ ବାଲିପଶି ନିକଟରେ ଗାଡ଼ିଟିକୁ ଅଟକାଯାଇଥିଲା। ଚାଳକ ଫେରାର ହେବାକୁ ଉଦ୍ୟମ କରି କାବୁ ହୋଇଥିଲେ। ଗାଡ଼ି ଯାଞ୍ଚରୁ ୧୪ଟି ଜାରକିନରେ (ପ୍ରତିଟି ୨୦ ଲିଟର) ମୋଟ ୨୮୦ ଲିଟର ଡିଜେଲ ଜବତ ହୋଇଛି। ବୈଧ କାଗଜପତ୍ର ଅଭାବରୁ କାର୍ ଓ ଡିଜେଲ୍ ଜବତ କରାଯାଇଛି। ବାଗଡ଼ିଆ ଥାନା କେସ୍ ନଂ ୨୭୫/୨୬ ରୁଜୁ କରାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଇନ୍ଧନର ଉତ୍ସ ଓ ଏହା ପଛରେ କାହାର ହାତ ଅଛି, ସେ ନେଇ ପୋଲିସର ତଦନ୍ତ ଜାରି ରହିଛି।

Share

Leave a Reply