ଦୋକାନରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଅଭିଯୋଗ, ଅଭିଯୁକ୍ତ ଗିରଫ

You are currently viewing ଦୋକାନରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଅଭିଯୋଗ, ଅଭିଯୁକ୍ତ ଗିରଫ

ଅନୁଗୋଳ: ସ୍ଥାନୀୟ ନୂଆମୌଜା, ପଞ୍ଚମହାଳା ଅଞ୍ଚଳରେ ଦୋକାନରେ ନିଆଁ ଲଗାଇବା ଘଟଣାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୁଲିସ ସୂଚନା ଅନୁସାରେ, ୧୫ ସେପ୍ଟେମ୍ବର ଭୋର ସମୟରେ କୁମୁଦ ଚନ୍ଦ୍ର ନାଏକଙ୍କ ଗ୍ରୋସରୀ/ଭେରାଇଟି ଦୋକାନରେ ଜଣେ ଅଜଣା ବ୍ୟକ୍ତି ଜାଣିଶୁଣି ନିଆଁ ଲଗାଇଥିବା ଅଭିଯୋଗ ହୋଇଥିଲା। ନିଆଁ ସଂଲଗ୍ନ ଗ୍ୟାରେଜ୍‌ ଓ ଦୋକାନକୁ ବ୍ୟାପିଯିବାରୁ ସେଠାରେ ଥିବା ସମ୍ପତ୍ତି ଓ ଏକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ତଦନ୍ତ ବେଳେ CCTV ଫୁଟେଜ୍‌ରୁ ମୁହଁ ଢାଙ୍କିଥିବା ଜଣେ ବ୍ୟକ୍ତି ପେଟ୍ରୋଲ ଢାଳି ନିଆଁ ଲଗାଉଥିବା ଜଣାପଡ଼ିଥିଲା। ସାକ୍ଷୀ ଓ ଅନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କ ପରିଚୟ କାଳିଆ ଭୋଇ ବୋଲି ଜଣାପଡ଼ିଥିଲା। ପୂର୍ବ ବିବାଦ ଏହି ଘଟଣାର ପୃଷ୍ଠଭୂମି ଥିବା ପୁଲିସ ତଦନ୍ତରୁ ପ୍ରାଥମିକ ଭାବେ ଜଣାପଡ଼ିଛି। କାଳିଆଙ୍କୁ ଗିରଫ କରି ନ୍ୟାୟାଳୟକୁ ପଠାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Share

Leave a Reply