CADLAB

ଅର୍ଥ ଆତ୍ମସାତ ଅଭିଯୋଗ, ମହିଳା କର୍ମଚାରୀ ଗିରଫ

0

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗରେ ଥିବା ଅତ୍ୟାଧୁନିକ ସେଲୁନ୍ ଷ୍ଟୁଡ଼ିଓ-୧୧ର ଜଣେ ମହିଳା କର୍ମଚାରୀ ଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି ଅନୁଗୁଳ ପୁଲିସ । ଏହାର ମାଲିକ ଅମନ ରାଜଙ୍କ ଏତଲା କ୍ରମେ ଅନୁଗୁଳ ପୁଲିସ ଏକ କେସ୍ ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏହି ଅଣଓଡ଼ିଆ ମହିଳା ଜଣକ ୬ ବର୍ଷ ହେଲା ଏଠାରେ କାମ କରିଆସୁଥିଲେ । ଗତ କିଛି ବର୍ଷ ହେଲା ଗ୍ରାହକଙ୍କଠାରୁ ୟୁପିଆଇ ଜରିଆରେ ଆଦାୟ କରୁଥିବା ସର୍ଭିସ୍ ଚାର୍ଜ ମହିଳା ଜଣକ ନିଜ ଏକାଉଣ୍ଟରେ ଜମା କରୁଥିଲେ । ଗତ ତିନି ବର୍ଷରେ ତିନି ଲକ୍ଷରୁ ଅଧିକ ଟଙ୍କା ସେ ନିଜ ଏକାଉଣ୍ଟକୁ ନେଇଥିଲେ ହେଁ ମାଲିକଙ୍କୁ ଦେବାକୁ ଅମଙ୍ଗ ହୋଇଥିଲେ । ମାଲିକ ଟଙ୍କା ମାଗିବାରୁ ମିଛ କେରେ ଫସାଇବାକୁ ଧମକ ଦେଇଥିଲେ ବୋଲି ଅମନ ରାଜ ଏତଲାରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.