ସ୍ତ୍ରୀଙ୍କୁ ମନେଇବାକୁ ଆସିଥିବା ସ୍ୱାମୀ ହଟହଟା: ଠେଙ୍ଗାରେ ସ୍ତ୍ରୀ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ କଲେ ସ୍ୱାମୀ

You are currently viewing ସ୍ତ୍ରୀଙ୍କୁ ମନେଇବାକୁ ଆସିଥିବା ସ୍ୱାମୀ ହଟହଟା: ଠେଙ୍ଗାରେ ସ୍ତ୍ରୀ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ କଲେ ସ୍ୱାମୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଗତିକୃଷ୍ଣପୁର ଗ୍ରାମରେ ସ୍ତ୍ରୀଙ୍କ ଠେଙ୍ଗା ମାଡ଼ରେ ସ୍ୱାମୀ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ସ୍ୱାମୀ ଜିତେନ ପ୍ରଧାନଙ୍କୁ ତାଙ୍କ ପତ୍ନୀ କିଶୋରନଗର ଥାନା ଦାମୋଦର ଗ୍ରାମର ରିଙ୍କି ରାଣୀ ପ୍ରଧାନ ଏକ ଠେଙ୍ଗାରେ ଆକ୍ରମଣ କରିଥିବା ନେଇ ବୁଧବାର ଥାନାରେ ଅଭିଯୋଗ କରାଯାଇଛି। ସ୍ୱାମୀଙ୍କ ଅଭିଯୋଗ ଆଧାରରେ କେସ ନମ୍ବର ୨୫୧/୨୪ ରେ ଏକ ମାମଲା ରୁଜୁ କରିଛି ପୋଲିସ।

ଏ ନେଇ ଗୁରୁବାର ପୋଲିସ କହିଛି, ଜିତେନ ରିଙ୍କିଙ୍କୁ କିଛି ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ଏକ ଝିଅ ମଧ୍ୟ ରହିଛି। ଜିତେନ ବାହାର ରାଜ୍ୟରେ କାମ କରୁଥିବା ବେଳେ ରିଙ୍କି ମଧ୍ୟ ସ୍ୱାମୀଙ୍କ ପାଖେ ରହୁଥିଲେ। ହେଲେ ଝଗଡା ହୋଇ ରିଙ୍କି କିଛି ଦିନ ହେବ ତାଙ୍କ ବାପ ଘରେ ରହୁଥିଲେ। ବୁଧବାର ଦିନ ଜିତେନ ରିଙ୍କିଙ୍କୁ ଡାକିବାକୁ ଯାଇଥିବା ବେଳେ ତାଙ୍କୁ ରିଙ୍କି ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏ ନେଇ ଜିତେନ ଥାନାରେ ଅଭିଯୋଗ କରିଛନ୍ତି।

Share

Leave a Reply