CADLAB

ପ୍ରଥମ ମେଜର ଜେନେରାଲଙ୍କ ବିୟୋଗରେ ଶୋକ

0

ଅନୁଗୁଳ: ଓଡ଼ିଶାର ପ୍ରଥମ ମେଜର ଜେନେରାଲ୍ ବସନ୍ତ କୁମାର ମହାପାତ୍ରଙ୍କ ବିୟୋଗରେ ଅନୁଗୁଳର ସହିଦ୍ ମାନସ ରଞ୍ଜନ ସ୍ମୃତି କମିଟି ପକ୍ଷକୁ ଶୋକପ୍ରକାଶ କରାଯାଇଛି । ୨୦୦୩ରେ ସହିଦ୍ ମାନସ ରଞ୍ଜନ ସ୍ମୃତି ପରିଷଦର ପ୍ରଥମ ବାର୍ଷିକ ସମାରୋହରେ ସ୍ୱର୍ଗତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେତେବେଳେ ସେ ଛାତ୍ର ଓ ଯୁବ ସମାଜକୁ ଦେଶପ୍ରେମୀ ହେବା ପାଇଁ ଆହ୍ବାନ ଦେଇଥିଲେ । ତାଙ୍କ ପରଲୋକରେ ଓଡ଼ିଶା ଜଣେ ପ୍ରବୀଣ ଯୋଦ୍ଧାଙ୍କୁ ହରାଇଲା ଏବଂ ସ୍ବର୍ଗତ ମହାପାତ୍ରଙ୍କ ବୀରତ୍ବ ଓଡ଼ିଶାର ଯୁବପିଢିଙ୍କୁ ଅନୁପ୍ରାଣିତ କରିବ ବୋଲି ପରିଷଦ ପକ୍ଷରୁ ସଭାପତି ପ୍ରତାପ ମହାପାତ୍ର ଓ ସଂଯୋଜକ ବିଶ୍ୱରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.