ଅନୁଗୁଳ: କନଫେଡରେସନ୍ ଅଫ ଅଲ୍ ଇଣ୍ଡିଆ ଟ୍ରେଡରସ୍,ଅନୁଗୁଳ ଶାଖାର ବାର୍ଷିକ ସାଧାରଣ ବୈଠକ ଗୁରୁବାର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଏକ ହୋଟେଲ ପରିସରରେ ଆୟୋଜିତ ଏହି ବୈଠକରେ କମଲ ଅଗ୍ରୱାଲ ସଭାପତିତ୍ବ କରିଥିଲେ।
ଏହି ସମାରୋହରେ କେଟ୍ର ଜାତୀୟ ସଭାପତି ବିସି ଭରତୀୟା, ସମ୍ମାନିତ ଅତିଥି ରୂପେ କେଟ୍ର ଜାତୀୟ ଉପସଭାପତି ଆର କେ ଶୁକ୍ଳା, କେଟ୍ର ରାଜ୍ୟ ସଭାପତି ଜିତେନ୍ଦ୍ର ଗୁପ୍ତା,ଶାଖା ସମ୍ପାଦକ ରୋହିତ ଲିହାଲା,ଉପ ସଭାପତି ଆଶିଷ ଅଗ୍ରୱାଲ ଯୋଗ ଦେଇଥିଲେ। ଅତିଥି ମାନେ ଦେଶର ଅଭିବୃଦ୍ଧି ତଥା ପ୍ରଗତିରେ ବ୍ୟବସାୟୀ ମାନଙ୍କ ଅନନ୍ୟ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। କେଟ୍ ଅନୁଷ୍ଠାନରେ ୧୮ ଜଣ ନୂଆ ସଦସ୍ୟଙ୍କୁ ଗ୍ରହଣ କରାଯାଇଥିଲା।ସମାରୋହରେ ତାଳଚେର ସୂର୍ଯ୍ୟ ଗାର୍ଡେନର ମାଲିକ ବିଶ୍ୱଜିତ୍ ପଟ୍ଟନାୟକ,ହିନ୍ଦୁସ୍ଥାନ ଡିଷ୍ଟ୍ରିବ୍ୟୁଟର ଭୁବନେଶ୍ୱରର ପରିଚାଳକ କୌଶଳ କିଶୋର ଅଗ୍ରୱାଲ,ହୋଟେଲ ଦୁର୍ଗାର ପରିଚାଳକ ସତ୍ୟାନନ୍ଦ ଦଳବେହେରା ଏବଂ ସିଲେଷ୍ଟି ଆଇସକ୍ରିମର ମୁଖ୍ୟ ଯୋଗେଶ ସରଳିଆ ଏବଂ ବିଶାଳ ସରଳିଆଙ୍କୁ ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରଯାଇଥିଲା।
ପୁଲୱାମା ସହିଦ ଏବଂ ସ୍ଥାନୀୟ ବ୍ୟବସାୟୀ ବ୍ରିଜମୋହନ୍ ଅଗ୍ରୱାଲଙ୍କ ପରଲୋକରେ ବୈଠକରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ନୂତନ ମହିଳା ୱିଙ୍ଗ ସଭାପତି ଦାୟିତ୍ୱ ନେଇଥିବା ଶ୍ରୀମତୀ ନିଲୁ ଗୁପ୍ତା, ଯୁବ ଶାଖା ସଭାପତି ଶୁଭମ୍ ତୁଳସିୟାନଙ୍କୁ ବୈଠକରେ ସ୍ବାଗତ କରାଯାଇଥିଲା। ଏହାପରେ ଅନୁଗୁଳ ପୋଲିସ ପକ୍ଷରୁ ସାଇବର ନିରାପତ୍ତା ନେଇ ଏକ କର୍ମଶାଳା ଆୟୋଜିତ ହୋଇଥିଲା।ଶେଷରେ ଯୁଗ୍ମ ସମ୍ପାଦକ ସୁରଜ୍ ମୋଦି ଧନ୍ୟବାଦ୍ ଅର୍ପଣ କରିଥିଲେ।