ଜୈବିକ କୃଷିର ପ୍ରସାର ପାଇଁ ଆତ୍ମନିର୍ଭର କୃଷକ ଅଭିଯାନ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ବ୍ରହ୍ମାକୁମାରି ଆଶ୍ରମ ପକ୍ଷରୁ ଜିଲ୍ଲାରେ ଜୈବିକ କୃଷିର ପ୍ରସାର ପାଇଁ ଆତ୍ମନିର୍ଭର କୃଷକ ଅଭିଯାନର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଅନୁଗୁଳ ଆଶ୍ରମ ପରିସରରେ ଗୁରୁବାର ୭୫ ତମ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆତ୍ମ ନିର୍ଭର କୃଷକ ଅଭିଯାନ ୨୦୨୨ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।

ଅନୁଗୁଳ ଶାଖା ମୁଖ୍ୟ ବ୍ରହ୍ମାକୁମାରୀ ମିନତି, ଏନଟିପିସି ଶାଖା ମୁଖ୍ୟ ଭଉଣୀ ଲଷ୍ମୀ ତାଳଚେର ଶାଖା ପକ୍ଷରୁ ହଳଧର ଓ ବିଜୟ ଭାଇ ଯୋଗଦେଇ ଆସନ୍ତା ମେ ୨୩ ତାରିଖରେ ଅନୁଗୁଳ ଆଶ୍ରମରୁ ଆତ୍ମନିର୍ଭର କୃଷକଅଭିଯାନର ସଚେତନତା ରଥ ଶୁଭା ରମ୍ଭ ହେବ ବୋଲି ପ୍ରକାଶ କରିଥିଲେ। ସଚେତନତା ରଥ ୨୩ ତାରିଖ ସନ୍ଧ୍ୟାରେ ଅନୁଗୁଳ ବ୍ଲକ୍ ତଳଗଡରେ ପହଞ୍ଚିବ। ୨୪ ତାରିଖରେ ହିନ୍ଦୋଳ, ୨୫ ତାରିଖରେ ଆଠମଲ୍ଲିକ, ୨୬ରେ ବଇଣ୍ଡ।, ୨୭ରେ ବାଗେଡ଼ିଆ, ୨୮ ଓ ୨୯ ରେ ଏନଟିପିସି ଏବଂ ୩୦ ତାରିଖରେ ତାଳଚେର ବ୍ଲକ୍ ଅଞ୍ଚଳ ବୁଲିବାର କାର୍ଯ୍ୟକ୍ରମ ରହିଛି। ଜୈବିକ କୃଷି ସହ ଆଧ୍ୟାତ୍ମିକ ଚିନ୍ତାଧାରାରେ ଉତ୍ପାଦିତ ଶସ୍ୟ ଏବଂ ପନିପରିବା ଶରୀର ପାଇଁ ହିତକାରୀ। ତେଣୁ ଏହାର ପ୍ରୟୋଗ ଦ୍ବାରା ଚାଷୀର ସାମଗ୍ରିକ ଉନ୍ନତି ସାଧିତ ହେବ। ଭାରତ ବର୍ଷର ବିଭିନ୍ନ ଅଞ୍ଚଳରେ ୨୦୦୭ ମସିହାରୁ ଏହାର ପ୍ରୟୋଗ କରାଯାଇ ଅନେକ ରାଜ୍ୟରେ କୃଷକମାନେ ଲାଭବାନ ହୋଇଛନ୍ତି।

ତେଣୁ ଓଡ଼ିଶାରେ ଏହାର ପ୍ରଚାର ଓ ପ୍ରସାର ପାଇଁ ବ୍ରହ୍ମାକୁମାରୀ ସଂସ୍ଥା ତରଫରୁ ଏହି ପ୍ରୟାଶ କରାଯାଉଛି ବୋଲି ବ୍ରହ୍ମା କୁମାରୀ ମିନତୀ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଛା ବଛା କୃଷକମାନଙ୍କୁ ସମ୍ମାନିତ କରାଯିବ ବୋଲି ଆୟୋଜକ ମାନେ ପ୍ରକାଶ କରିଥିଲେ।

 

Leave A Reply

Your email address will not be published.

error: Content is protected !!