ଦାମୀ ଗାଡିରେ ଗଞ୍ଜେଇ ଚାଲାଣ

You are currently viewing ଦାମୀ ଗାଡିରେ ଗଞ୍ଜେଇ ଚାଲାଣ

ଅନୁଗୁଳ: ଅନୁଗୁଳ ପୁଲିସ ରବିବାର ୧୨ କେଜି ଗଞ୍ଜେଇସହ ଏକ ଏନ୍ଡ଼ିଓଭର ଗାଡି ଜବତ କରିବାସହ ଏଥିରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ମୁତାବକ ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ପୁଲିସ ଅନୁଗୁଳ ଷ୍ଟେଶନ ନିକଟରେ ଠିଆହୋଇଥିବା ଏହି ଦାମୀ ଗାଡି(ଡିଏନ୍-୦୯ଡି-୧୬୧୫)ର ଯାଞ୍ଚ କରିଥିଲା। ସେଥିରେ ୧୨ କେଜି ୨ଶହ ଗ୍ରାମର ଗଞ୍ଜେଇ ମିଳିଥିଲା।ଅନୁଗୁଳ ପୁଲିସ୍ ଗାଡ଼ିରେ ଥିବା ଗୋପିନାଥପୁର ଗାଁର ମୁନା ଖିଲାରଙ୍କ ନାମରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି।

Share

Leave a Reply